ପ୍ରଥମେ ଆନ୍ଦୋଳନ କରି ଅଟକାଇଲେ ପରେ ଖାଇବାକୁ ଦେଲେ, ସୁବର୍ଣ୍ଣପୁର ଓକିଲସଂଘର ମାନବିକତା

ସୁବର୍ଣ୍ଣପୁର : ପଶ୍ଚିମ ଓଡିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ହୋଇଥିବା ମହାବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ସୋନପୁର-ବଲାଙ୍ଗିର, ସୋନପୁର-ସମ୍ବଲପୁର ଏବଂ ସୋନପୁର ବଉଦ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଅଟକି ରହିଥିଲା । ସହରର ଦୋକାନ ବଜାର ବନ୍ଦ ରହିଥିବାରୁ ଗାଡ଼ିର ଡ୍ରାଇଭରମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତାରେ ଗାଡିନେଇ ଅଟକି ଥିବା ଲୋକଙ୍କ ପାଖରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲା ଜିଲ୍ଲା ଓକିଲସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.