Below header

ଜାଣନ୍ତି କି କିଏ ଏହି ଲାଫିଙ୍ଗ୍ ବୁଦ୍ଧ ? ଖୁବ୍ ରୋଚକ ତାଙ୍କ ହସର ରହସ୍ୟ

ଆପଣ ଲୋକଙ୍କ ଘରେ ଲାଫିଙ୍ଗ୍ ବୁଦ୍ଧଙ୍କ ଛୋଟ ବଡ଼ ମୂର୍ତ୍ତି କିମ୍ବା ଫଟୋ ଦେଖିଥିବେ । କାରଣ ଲାଫିଙ୍ଗ ବୁଦ୍ଧଙ୍କୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ବାସ ରହିଛି । ହେଲେ କଣ ଆପଣ ଜାଣନ୍ତି ଏହି ଲାଫିଙ୍ଗ୍ ବୁଦ୍ଧ ପ୍ରକୃତରେ କିଏ, କେଉଁଠି ରହୁଥିଲେ ଏବଂ ତାଙ୍କର ହସର ରହସ୍ୟ କଣ । ଯଦି ଜାଣିନାହାଁନ୍ତି ତେବେ ଆଜି ଆମେ ଅପଣଙ୍କୁ ଜଣାଇବୁ ଲାଫିଙ୍ଗ୍ ବୁଦ୍ଧଙ୍କ ରହସ୍ୟ ।

ଲାଫିଙ୍ଗ୍ ବୁଦ୍ଧଙ୍କ ଏହି ହସର କାହାଣୀ ଖୁବ୍ ରୋଚକ । କୁହାଯାଏ ଯେ ମହାତ୍ମା ବୁଦ୍ଧଙ୍କ ଜଣେ ଶିଷ୍ୟ ଥିଲେ ଯାହାଙ୍କ ନାମ ଥିଲା ହୋତଇ । ଲୋକକଥା ରହିଛି ଯେତେବେଳେ ହୋତଇଙ୍କ ଜ୍ଞାନ ପ୍ରାପ୍ତ ହେଲା ସେତେବେଳେ ସେ ଜୋର ଜୋରରେ ହସିବାକୁ ଲାଗିଲେ । ସେବେଠାରୁ ସେ ଲୋକଙ୍କୁ ହସାଇବା ଏବଂ ଖୁସି ଦେଖିବା ନିଜ ଜୀବନର ଏକମାତ୍ର ଉଦ୍ଦେଶ୍ୟ କରିନେଲେ ।

laughing  buddhaଯେଉଁଠାକୁ ବି ହୋତଇ ଯାଉଥିଲେ ସେଠାରେ ନିଜର ବଡ଼ ପେଟ ଦେଖାଇ ଲୋକଙ୍କୁ ହସାଉଥିଲେ । ସେଥିପାଇଁ ଜାପାନ୍ ଏବଂ ଚୀନରେ ଲୋକମାନେ ତାଙ୍କୁ ହସୁଥିବା ବୁଦ୍ଧ ବୋଲି ଡାକିବାକୁ ଲାଗିଲେ । ଯାହାକୁ ଇଂରାଜୀରେ ଲାଫିଙ୍ଗ ବୁଦ୍ଧ କୁହାଯାଏ । ହୋତଇଙ୍କ ପରି ତାଙ୍କ ଅନୁଗାମୀମାନେ ମଧ୍ୟ ଲୋକଙ୍କୁ ହସାଇବା ଏବଂ ଖୁସି ଦେବା ନିଜର ଉଦ୍ଦେଶ୍ୟ କରିନେଲେ ।

ଚୀନରେ ହୋତଇ ଅର୍ଥାତ୍ ଲାଫିଙ୍ଗ ବୁଦ୍ଧଙ୍କ ଅନୁଗାମୀମାନେ ଏଭଳି ପ୍ରଚାର କଲେ ଯେ ଲୋକମାନେ ତାଙ୍କୁ ଭଗବାନ୍ ମାନିବାକୁ ଲାଗିଲେ । ଏପରିକ ଲୋକମାନେ ତାଙ୍କର ମୂର୍ତ୍ତିକୁ ଗୁଡ୍ ଲକ୍ ଭାବରେ ଘରେ ରଖିବା ଆରମ୍ଭ କଲେ । ତେବେ ଚୀନରେ ପୁତାଇ ନାମରେ ପରିଚିତ ଲାଫିଙ୍ଗ୍ ବୁଦ୍ଧ । ଯେପରି ଭାରତରେ ଭଗବାନ୍ କୁବେରଙ୍କୁ ଧନର ଦେବତା କୁହାଯାଏ ସେପରି ଲାଫିଙ୍ଗ୍ ବୁଦ୍ଧଙ୍କୁ ଚୀନର ସବୁକିଛି କୁହାଯାଏ । ବିଶ୍ବାସ ରହିଛି ଲାଫିଙ୍ଗ୍ ବୁଦ୍ଧଙ୍କୁ ଘରେ ରଖିଲେ ସକରାତ୍ମକ ଉର୍ଜ୍ଜା ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.