Below header

ଖୁବ୍ ରୋମାଞ୍ଚକର ଭାରତର ପ୍ରଥମ ବଜେଟ କାହାଣୀ, ଜଣେ ଇଂରେଜ କରିଥିଲେ ଏହାର ଆବେଦନ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥତା ଯୋଗୁ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ ଦାଖଲ କରିବାକୁ ଯାଉଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ। ଚଳିତବର୍ଷ ପ୍ରଥମଥର ପାଇଁ ସରକାର ଏକା ସାଙ୍ଗରେ ରେଳ ଏବଂ ଅର୍ଥିକ ବଜେଟ ଦାଖଲ କରିବାର ନିୟମ ହୋଇଛି। ତେବେ ପ୍ରତିବର୍ଷ ଦାଖଲ କରାଯାଇଥିବା ବଜେଟର କିଛି ଭଲ ଏବଂ ଖରାପ ପ୍ରଭାବ ରହିଥାଏ। କହିବାକୁ ଗଲେ ପ୍ରତ୍ୟୋକଟି ବଜେଟର କାହାଣୀ ରୋମାଞ୍ଚକର ଏବଂ ଭିନ୍ନ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି ଦେଶର ପ୍ରଥମ ବଜେଟ କିଏ ଏବଂ କେବେ ଦାଖଲ କରିଥିଲେ। ଆଜି ଆମେ ଆପଣଙ୍କୁ ତାହା ବିଷୟରେ କହିବାକୁ ଯାଉଛୁ।

budget

କିଏ ଦାଖଲ କରିଥିଲେ ଦେଶର ପ୍ରଥମ ବଜେଟ

ଭାରତର ପ୍ରଥମ ବଜେଟ ଜଣେ ଇଂରେଜ ଦାଖଲ କରିଥିଲେ। ତାଙ୍କ ନା ଜେମ୍ସ ୱିଲସନ ଥିଲା। ଏବଂ ସେ ୧୮ ଫେବ୍ରୁଆରୀ ୧୮୬୦ ମସିହାରେ ବଜେଟ ଦାଖଲ କରିଥିଲେ। ଜେମ୍ସ ବ୍ରିଟିଶ ବାୟସରାୟ କାଉସିଂଲର ମେମ୍ବର ଥିଲେ। ସେହିପରି ସ୍ବାଧିନତା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭାରତର ମଧ୍ୟବୀତ ବଜେଟ ଲିୟାକତ ଅଲ୍ଲି ଦାଖଲ କରିଥିଲେ। ଏହା ଅକ୍ଟୋବର ୯, ୧୯୪୬ ମସିହା ରୁ ୧୪ ଅଗଷ୍ଟ ୧୯୪୭ ମସିହା ପର‌୍ୟ୍ୟନ୍ତ ପାଇଁ ରହିଥିଲା। ସେହିପରି ସ୍ବାଧିନ ଭାରତର ପ୍ରଥମ ବଜେଟ ନଭେମ୍ବର ୨୬, ୧୯୪୭ ମସିହାରେ ଅର୍ଥ ମନ୍ତ୍ରୀ ଆରକେ ଷାଣମୁଖ୍ୟମ୍ ସେଟ୍ଟୀ ଦେଇଥିଲେ।

the-first-indian-budget

ସ୍ୱାଧୀନ ଭାରତର ପ୍ରଥମ ବଜେଟ ଆର୍ଥିକ ବର୍ଷ ୧୯୪୭-୪୮ ମଧ୍ୟରେ ଦାଖଲ କରାଯାଇଥିଲା। ଯାହାର ଅବଧି ସାଢ଼େ ସାତ ମାସ ରହିଥିଲା। ଏଥିରେ ସମୁଦାୟ ଆୟ ୧୭୨.୭୭ କୋଟି ହୋଇଥିବା ବେଳେ ବ୍ୟାୟ ହୋଇଥିଲା ୧୭୮.୭୭ କୋଟି ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.