Below header

ସ୍ୱର୍ଗର ଅପସରା ଉର୍ବଶୀ ବି ପୃଥିବୀଲୋକର ଯୋଦ୍ଧାଙ୍କୁ କରିବସିଥିଲେ ପ୍ରେମ, କିନ୍ତୁ ନିବସ୍ତ୍ର ସ୍ୱାମୀଙ୍କୁ ଦେଖି କାହିଁକି ଭାଙ୍ଗିଲେ ବିବାହ? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ହିନ୍ଦୁଧର୍ମରେ ଅନେକ ପୌରାଣିକ କାହାଣୀ ବିଷୟରେ ବର୍ଣ୍ଣିତ ରହିଛି। ଅଧିକାଂଶ ପୌରାଣିକ କାହାଣୀ ଦେବାଦେବୀ, ରାଜାମହାରାଜା, ଯୋଦ୍ଧା-ଅପସରାଙ୍କ ଉପରେ ପର୍ଯ୍ୟବେସିତ। ସେହିଭଳି ଏକ ଲୋକପ୍ରିୟ କାହାଣୀ ଅପସରା ଉର୍ବଶୀ ଓ ସ୍ୱାମୀ ପୁରୁରବାଙ୍କର ମଧ୍ୟ ରହିଛି। ଅନ୍ୟ କାହାଣୀ ଭଳି ଏମାନଙ୍କ କାହାଣୀରେ ମଧ୍ୟ ପ୍ରେମ, ଦୁଃଖ, ମିଳନ, ବିଚ୍ଛେଦ ଆଦି ରହିିଛି। ଆସନ୍ତୁ ଜାଣିବା ଏହି କାହାଣୀ ସମ୍ପର୍କରେ…

ପୁରୁରବା ଜଣେ ଚନ୍ଦ୍ରବଂଶୀ ରାଜା ଥିଲେ। ତାଙ୍କ ପିତାଙ୍କ ନାମ ଥିଲା ବୁଧ ଓ ମା’ ଥିଲେ ଇଲା। ବୁଧଙ୍କ ମାତାପିତାଙ୍କ ନାମ ଥିଲା ସୋମ ଓ ବୃହସ୍ପତି। ପୁରୁରବା ସେତେବେଳ ସମୟର ଜଣେ ମହାନ୍‌ ଯୋଦ୍ଧା ଭାବେ ପରିଗଣିତ ହେଉଥିଲେ।

ଏକଦା ସ୍ୱର୍ଗର ଅପସରା ଉର୍ବଶୀ ପୃଥିବୀଲୋକ ଭ୍ରମଣରେ ଆସିଥିଲେ। ତାଙ୍କୁ ସ୍ୱର୍ଗ ଅପେକ୍ଷା ପୃଥିବୀ ଅଧିକ ଭଲ ଲାଗିଥିଲା। ଏଠାକାର ଲୋକଙ୍କ ଭଲପାଇବା ତାଙ୍କୁ ପୃଥିବୀରେ ରହିବାକୁ ଆକୃଷ୍ଟ କରିଥିଲା। କିନ୍ତୁ ସେ ସ୍ୱର୍ଗ ଯିବାକୁ ବାଧ୍ୟ ହୋଇଥିଲେ। ସାଥୀଙ୍କ ସହ ସ୍ୱର୍ଗକୁ ଫେରିବା ବେଳେ ଏକ ଅସୁର ଉର୍ବଶୀଙ୍କୁ ଅପହରଣ କରିନେଇଥିଲା। ଏହି ସମୟରେ ପୁରୁରବା ଅସୁର କବଳରୁ ଉର୍ବଶୀଙ୍କୁ ଉଦ୍ଧାର କରିଥିଲେ। ପ୍ରଥମ ଥର ପାଇଁ ଉର୍ବଶୀଙ୍କୁ କୌଣସି ମାନବ ସ୍ପର୍ଶ କରିଥିଲେ। ଏଣୁ ଉର୍ବଶୀ ପୁରୁରବାଙ୍କ ଆଡ଼କୁ ଆକର୍ଷିତ ହୋଇ ତାଙ୍କୁ ଭଲ ପାଇବସିଥିଲେ। ପୁରୁରବା ମଧ୍ୟ ଉର୍ବଶୀଙ୍କୁ ମନ ଦେଇଥିଲେ। କିନ୍ତୁ ପୁରୁରବାଙ୍କୁ ଛାଡ଼ି ଉର୍ବଶୀଙ୍କୁ ସ୍ୱର୍ଗଲୋକ ଯିବାକୁ ପଡ଼ିଥିଲା।

 

ସ୍ୱର୍ଗରେ ଏକ ନାଟକରେ ଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିବା ବେଳେ ଉର୍ବଶୀ ଭୁଲରେ ସ୍ୱାମୀଙ୍କ ନାଁ ଜାଗାରେ ବିଷ୍ଣୁ ବଦଳରେ ପୁରୁରବା ଉଚ୍ଚାରଣ କରିଦେଲେ। ଏହା ଦେଖି ନାଟକର ନିର୍ଦ୍ଦେଶନା ଦେଉଥିବା ଭରତ ମୁନି ରାଗରେ ଉର୍ବଶୀଙ୍କୁ ପୃଥିବୀଲୋକରେ ରହି ମଣିଷଙ୍କ ଭଳି ସନ୍ତାନ ଜନ୍ମ କରିବାକୁ ଅଭିଶାପ ଦେଇଥିଲେ। ଏହି ଅଭିଶାପ ପାଇ ଉର୍ବଶୀ ଦୁଃଖୀ ହେବା ପରିବର୍ତ୍ତେ ପୃଥିବୀକୁ ଆସି ପୁରୁରବାଙ୍କୁ ଭଲ ପାଉଥିବା ସ୍ୱୀକାର କରିଥିଲେ। କିନ୍ତୁ ବିବାହ ପାଇଁ ଉର୍ବଶୀ କେତେକ ସର୍ତ୍ତ ରଖିଥିଲେ।

 

ଉର୍ବଶୀଙ୍କ ପ୍ରଥମ ସର୍ତ୍ତ ଥିଲା ଯେ ପୁରୁରବା ତାଙ୍କର ଦୁଇଟି ଛେଳିକୁ ସୁରକ୍ଷା ଯୋଗାଇବେ। ଦ୍ୱିତୀୟ ସର୍ତ୍ତ ଥିଲା ସେ ସବୁବେଳେ ଘିଅ ସେବନ କରିବେ। ତୃତୀୟ ସର୍ତ୍ତ ଥିଲା ଶାରୀରିକ ସମ୍ବନ୍ଧ ବନାଇବା ବେଳେ ହିଁ ଉଭୟେ ଉଭୟକୁ ନିବସ୍ତ୍ର ଦେଖିବେ। ପୁରୁରବାକୁ ଉର୍ବଶୀଙ୍କ ସମସ୍ତ ସର୍ତ୍ତ ମଞ୍ଜୁର ଥିଲା। ଏଣୁ ଦୁହେଁ ଏକାଠି ରହିବା ଆରମ୍ଭ କରିଦେଇଥିଲେ।

କିନ୍ତୁ ସ୍ୱର୍ଗଲୋକବାସୀଙ୍କୁ ଉର୍ବଶୀଙ୍କର ଏହି ବିବାହ ପସନ୍ଦ ନଥିଲା। ଉର୍ବଶୀଙ୍କ ବିନା ସ୍ୱର୍ଗଲୋକ ଚମକ ହରାଇବସିଥିଲା। ଏଣୁ ଦେବତାମାନେ ଉର୍ବଶୀଙ୍କୁ ପୁଣିଥରେ ଫେରାଇଆଣିବାକୁ ଯୋଜନା କଲେ। ଯୋଜନା ମୁତାବକ ଥରେ ରାତିରେ ଗାନ୍ଧର୍ବମାନେ ଯାଇ ଉର୍ବଶୀଙ୍କ ଛେଳି ଚୋରାଇ ଆଣିଲେ। ଛେଳିଙ୍କ ଶବ୍ଦ ଶୁଣି ଉର୍ବଶୀ ପୁରୁରବାଙ୍କୁ ଛେଳିଙ୍କୁ ବଞ୍ଚାଇବାକୁ କହିଲେ। ତରତର ହୋଇ ପୁରରବା ନିବସ୍ତ୍ର ହୋଇ ଛେଳିଙ୍କୁ ବଞ୍ଚାଇବାକୁ ବାହାରକୁ ଆସିବା ବେଳେ ସ୍ୱର୍ଗରୁ ବିଜୁଳି ଚମକାଯାଇଥିଲା। ଫଳରେ ଉର୍ବଶୀ ଓ ପୁରୁରବା ଉଭୟେ ଉଭୟଙ୍କୁ ନଗ୍ନ ଅବସ୍ଥାରେ ଦେଖି ଦେଇଥିଲେ।

ସର୍ତ୍ତ ଭାଙ୍ଗିବା ପରେ ଉର୍ବଶୀ ପୁଣିଥରେ ସ୍ୱର୍ଗଲୋକକୁ ଫେରି ଆସିଥିଲେ। ଦୁହେଁ ଭୀଷଣ ଦୁଃଖୀ ଥିଲେ। ଉର୍ବଶୀ ନିଜ ସହ ପେଟରେ ବଢ଼ୁଥିବା ପୁରୁରବାଙ୍କ ସନ୍ତାନକୁ ମଧ୍ୟ ନେଇଯାଇଥିଲେ। ପରେ ଘଟଣାକ୍ରମରେ ଉଭୟେ ଏକାଠି ହେଲେ ଓ ଅନେକ ସନ୍ତାନ ଜନ୍ମ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.