Below header

ଅନ୍ୟ କେଉଁ ଦିନ ନୁହେଁ କାହିଁକି ୨୫ ଡିସେମ୍ବରରେ ହିଁ ପାଳନ କରାଯାଏ କ୍ରିସମାସ

ବାଇବେଲରେ ଯୀଶୁଙ୍କ ଜନ୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ କିନ୍ତୁ ତଥାପି ପ୍ରତି ବର୍ଷ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ପାଳନ କରାଯାଏ। ଏହି ତାରିଖକୁ ନେଇ ଅନେକ ଥର ବିବାଦ ମଧ୍ୟ ହୋଇସାରିଛି। ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।

Christmas-ମାନ୍ୟତା ଅନୁଯାୟୀ ସର୍ବ ପ୍ରଥମେ କ୍ରିସମାସ ଡେ ୩୩୬ ଖ୍ରୀଷ୍ଟାଦ୍ଦରେ ରୋମେନର ପ୍ରଥମ ଇସାଇ ସମ୍ରାଟଙ୍କ ସମୟ ୨୫ ଡିସେମ୍ବରରେ ପାଳନ କରାଯାଇଥିଲା। ଏହାର କିଛି ବର୍ଷ ପରେ ପପ୍‌ ଜୁଲିୟସ ଅଧିକାରୀକ ସ୍ତରରେ ୨୫ ଡିସେମ୍ବର ଦିନ ଯୀଶୁଙ୍କ ଜନ୍ମଦିନ କ୍ରିସମାସ ଡେ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ।

Christmasଅନ୍ୟଏକ ମାନ୍ୟତା ଅନୁଯାୟୀ ୨୫ ମାର୍ଚ୍ଚରେ ମେରୀ ଗର୍ଭଧାରଣ ବିଷୟରେ କହିଥିଲେ, ସେ ଏକ ବିଶେଷ ଶିଶୁକୁ ଜନ୍ମ ଦେବେ, ଯାହାଙ୍କର ନାମ ଯୀଶୁ ରହିବ। ୨୫ ମାର୍ଚ୍ଚରୁ ୯ମାସ ପରେ ୨୫ ଡିସେମ୍ବରରେ ଯୀଶୁଙ୍କର ଜନ୍ମ ହୋଇଥିଲା। ଏହିକାରଣରୁ ମଧ୍ୟ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ପାଳନ କରାଯାଇଥାଏ। ଉଲ୍ଲେଖ ଅନୁଯାୟୀ ୨୫ ମାର୍ଚ୍ଚରେ ହିଁ ଯୀଶୁଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.