Below header

ଭଗବାନ୍ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ କାହିଁକି ! ଜାଣିବା ପାଇଁ ପଢନ୍ତୁ . . .

ଶ୍ରାବଣର ପବିତ୍ର ମାସ ଆରମ୍ଭ ହୋଇ ସାରିଲାଣି । ଶ୍ରାବଣରେ ଭକ୍ତ ବହୁତ ଶ୍ରଦ୍ଧାରେ ଏବଂ ନିଷ୍ଠାରେ ଶିବଙ୍କ ଆରଧାନା କରିଥାନ୍ତି । ଏହି ସମୟରେ ଆମେ ଆପଣଙ୍କୁ ଶିବ ପୂଜା ସହିତ ଜଡିତ ଏକ ଖାସ୍ ପ୍ରଶ୍ନକୁ ନେଇ ଆସିଛୁ । ଏହା ହେଉଛି, କାହିଁକି ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ ?  ଚାଳନ୍ତୁ ଜାଣିବା ଏହି ବିଷୟରେ ।

ଶଙ୍ଖକୁ ସମୁଦ୍ର ମନ୍ଥନରୁ ବାହାରିଥିବା ଏକ ମହତ୍ବପୂର୍ଣ୍ଣ ରତ୍ନ ବୋଲି କୁହାଯାଏ । ଏହା ସମସ୍ତ ପୂଜାର ଏକ ଆବଶ୍ୟକୀୟ ଉପକରଣ ଭାବେ ଗ୍ରହଣ କରାଯାଇଛି । ଏହା ସହିତ ଭଗବାନ କୃଷ୍ଣ ମଧ୍ୟ ନିଜ ହାତରେ ଶଙ୍ଖ ଧାରଣ କରିଛନ୍ତି । ଏହି କାରଣ ପାଇଁ ଶଙ୍ଖକୁ ବରଦାୟକ ବୋଲି କୁହାଯାଏ । ଏହାର ମାନେ ପୂଜାରେ ଶଙ୍ଖ ବ୍ୟବହାର କରିବା ଦ୍ବାରା ବରଦାନ ପ୍ରାପ୍ତି ହୋଇଥାଏ ।

ପୂରାଣ ହିସାବରେ ଏକଦା ରାଧା ଗୋକୁଳରୁ ବାହାରକୁ ଯାଇଥିଲେ । ଏହି ସମୟରେ କୃଷ୍ଣ ନିଜର ଜଣେ ସଖିଙ୍କ ସହିତ ଏକାନ୍ତରେ କିଛି ସମୟ କାଟୁଥିଲେ । କୁହାଯାଏ ଏହି ସମୟରେ ରାଧା ସେଠାକୁ ଆସିଯାଇଥିଲେ ଏହା ସହ କୃଷ୍ଣଙ୍କୁ ଅନ୍ୟ ଏକ ସଖିଙ୍କ ସହିତ ଦେଖି କ୍ରୋଧିତ ହୋଇଯାଇ ସେ ସଖିଙ୍କୁ ଅଭିଶାପ ଦେଇଥିଲେ । ଅଭିଶାପରୁ ସେ ସଖି ଜଣଙ୍କ ନଦୀ ହୋଇ ବହିଯାଇଥିଲେ । ଏହା ଦେଖି କୃଷ୍ଣଙ୍କର ସଖା ସୁଦାମ ରାଧାଙ୍କ ଉପରେ ରାଗିବା ଭଳି କଥା କହିଥିଲେ ଯେଉଁ କାରଣ ପାଇଁ ରାଧା ସୁଦାମଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ । ସୁଦାମ ଅଭିଶାପ ପାଇ ରାକ୍ଷସ ହୋଇଥିଲେ । ଏହି କାରଣରୁ ସୁଦାମ ମଧ୍ୟ ରାଧାଙ୍କୁ ମଣିଷ ଜୋନିରେ ଜନ୍ମ ହେବାକୁ ଅଭିଶାପ ଦେଇଥିଲେ ।

କୁହାଯାଏ କି, ରାଧାଙ୍କର ଅଭିଶାପରୁ ସୁଦାମ ଶଙ୍ଖଚୂଡ ନାମର ରାକ୍ଷସ ରୂପରେ ଜନ୍ମ ନେଲେ । ଶଙ୍ଖଚୂଡ ନିଜର କ୍ଷମତା ବଳରେ ତିନିଲୋକର ସ୍ବାମୀ ହୋଇରହିଥିଲେ । ଏହା ସହିତ ସାଧୁ ସନ୍ଥ ମାନଙ୍କୁ ହଇରାଣ କରିବାକୁ ଲାଗିଲେ । ଏହି ସବୁ ଦେଖିବା ପରେ ଭଗବାନ ଶିବ କ୍ରୋଧିତ ହୋଇଯାଇ ଶଙ୍ଖଚୂଡର ବଧ କାରିଥିଲେ । କୁହାଯାଏ ଶଙ୍ଖଚୂଡ ଭଗବାନ ନାରାୟଣଙ୍କର ଭକ୍ତ ଥିଲା ଏହି କାରଣ ପାଇଁ ଭଗବାନ ନାରାୟଣ ଶଙ୍ଖଚୂଡର ହାଡରେ ଶଙ୍ଖ ନିର୍ମାଣ କଲେ । ଶଙ୍ଖଚୂଡର ବଧ ଭଗବାନ ଶିବଙ୍କ ହାତରେ ହୋଇଥିବାରୁ ତାଙ୍କ ପୂଜାରେ ଶଙ୍ଖ ବ୍ୟବହାର କରାଯାଏ ନାହିଁ ବୋଲି ପୂରାଣ କୁହେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.