Below header

ମନ୍ତ୍ର ଜପ କରୁଥିଲେ ଧ୍ୟାନ ରଖନ୍ତୁ, ଭୁଲରେ ବି ମାଳାକୁ ସ୍ପର୍ଶ କରାଇବେନି ତର୍ଜନୀ ଅଙ୍ଗୁଳି

ହିନ୍ଦୁ ଧର୍ମରେ ଉପାସନା କରିବାର ବିଧିବିଧାନ ଭିନ୍ନ ଭିନ୍ନ ରହିଥାଏ। ଭଜନ-କୀର୍ତ୍ତନ, ପୂଜା-ପାଠ ଏବଂ ମନ୍ତ୍ର-ଜପ ଦ୍ୱାରା ଦେବୀ ଦେବତାଙ୍କ ଉପାସନା କରାଯାଏ। ଏଥିରେ ମନ୍ତ୍ର ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଥାଏ। କାରଣ ଏହା ମନକୁ ତୁରନ୍ତ ଏକାଗ୍ରତା କୁ ଆଣିଦିଏ। ତେବେ ସବୁ ମନ୍ତ୍ର ଉଚ୍ଚାରଣର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।

କୁହାଯାଏ ମନ ଶାନ୍ତ ରଖି ମାନେ ଭଲ ମନରେ ମନ୍ତ୍ର ଜପ କରିବା ଦ୍ୱାରା ଏହା ସୁଫଳ ପ୍ରଦାନ କରେ। କିନ୍ତୁ ଯଦି କାହାର ଖରାପ ଚିନ୍ତା କରି ଆମେ ମନ୍ତ୍ର ଜପ କରୁଛେ ତେବେ ଖରାପ ପ୍ରଭାବ ପଡ଼ିବାର ଅନେକ ସମ୍ଭାବନା ରହିଥାଏ। ତେଣୁ ସବୁବେଳେ ମନ୍ତ୍ରକୁ ଠିକ ଭାବେ ଜପ କରିବା ଉଚିତ। ଏହା ଦ୍ୱାରା ମନ୍ତ୍ରରୁ ସକାରାତ୍ମକ ଶକ୍ତି ମିଳିଥାଏ।

ତେବେ ମନ୍ତ୍ର ଜପ କରିବାର ସମୟ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହାକୁ ନେଇ ଧ୍ୟାନ ରଖିବା ନିହାତି ଜରୁରୀ। ଧର୍ମ ଶାସ୍ତ୍ର ଅନୁଯାୟୀ ମାଳାରେ ଥିବା ମାଳିର ସଂଖ୍ୟା ୨୭, ୫୪ କିମ୍ବା ୧୦୮ ହେବା ଜରୁରୀ। ମନ୍ତ୍ର ଜପ କରିବା ସମୟରେ ତର୍ଜନୀ ଅଙ୍ଗୁଳି ମାଳାକୁ ସ୍ପର୍ଶ କରିବା ଅନୁଚିତ। ଏହାସହ ସୁମେରୁ ମାନେ ବଡ଼ ମାଳିକୁ ଲଂଘନ କରି ମାଳା ଜପିବା ଉଚିତ ନୁହେଁ।

ଏମିତିରେ କୁହାଯାଏ ଯେ ମନ୍ତ୍ର ଜପ କରିବା ସମୟରେ ମାଳାକୁ ବସ୍ତ୍ର କିମ୍ବା ଗୋମୁଖୀ ରେ ଘୋଡ଼ାଇବା ଜରୁରୀ। ଜପ ଆରମ୍ଭ କରିବା ପୂର୍ବରୁ ଇଶ୍ୱରଙ୍କୁ ସ୍ମରଣ କରିବା ଦରକାର। ଯାହାଦ୍ୱାରା ମନ୍ତ୍ର ଜପ କରିବା ସଫଳ ହୋଇଥାଏ। ମାଳା ସବୁବେଳେ ବ୍ୟକ୍ତିଗତ ହେବା ଜରୁରୀ। ଏହାସହ ମନ୍ତ୍ର କରୁଥିବା ମାଳା କୁ ନିଜେ ଧାରଣ କରିବା ଉଚିତ ନୁହେଁ।

ରୁଦ୍ରାକ୍ଷ୍ୟ ମାଳାରେ ଆପଣ ଯେକୌଣସି ମନ୍ତ୍ରକୁ ଜପ କରିପାରିବେ। ଭଗବାନ ଶିବ ଏବଂ ତାଙ୍କ ପରିବାର ସମ୍ବନ୍ଧୀୟ ସମସ୍ତ ମନ୍ତ୍ରକୁ ଏହି ମାଳା ସାହାଯ୍ୟରେ ଜପ କରିପାରିବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଲଘୁ ମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିପାରିବେ। ଏଥିପାଇଁ ଆପଣ କେବଳ ରୁଦ୍ରାକ୍ଷ୍ୟ ମାଳାକୁ ଧାରଣ କରିବେ।

ଏହାସହ ତୁଳସୀ ମାଳାରେ ଆପଣ ଦେବଗୁରୁ ବୃହସ୍ପତିଙ୍କ ମନ୍ତ୍ରକୁ ଜପ କରିପାରିବେ। ଏହାସହ ଚନ୍ଦନ ମାଳାରେ ମଧ୍ୟ ଆପଣ ଜପ କରିପାରିବେ। ଏହା ଦୁଇ ପ୍ରକାର ଅଛି। ଲାଲ ଚନ୍ଦନ ଏବଂ ଧଳା ଚନ୍ଦନ । ତେବେ ଆପଣ ଏଥିରେ କୃଷ୍ଣ ଙ୍କର ମନ୍ତ୍ର ଜପ କରିପାରିବେ। ଏହାବ୍ୟତିତ ସ୍ପଟିକ ମାଳା ଏବଂ ଅନ୍ୟାନ୍ୟ ମାଳା ମଧ୍ୟ ରହିଛି ଯାାହାକୁ ଆପଣ ଜପ କରି ନିଜ ପାଇଁ ସକାରାତ୍ମକ ଶକ୍ତିକୁ ଲାଭ କରିପାରିବେ। ମନେ ରଖନ୍ତୁ ଏଭଳି ଭାବେ ପୂଜା କଲେ ଶୀଘ୍ର ଲାଭ ମିଳିଥାଏ। ଏହାର ସୁପ୍ରଭାବ ଆପଣଙ୍କ ଜୀବନରେ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.