Below header

ଡାଲି ତରକାରୀ ଖାଇବାକୁ ମନ ହେଉନି କି ତାହେଲେ ଟମାଟୋ-ଧନିଆରେ ବନାନ୍ତୁ ଏହି ଡିସ୍‌

ଅନେକ ଥର ଏମିତି ହୁଏ ଯେ ଆମେ ପ୍ରତ୍ୟେକଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇ ଖାଇ ବୋର ହୋଇଯାନ୍ତି। ଆଉ ଖାଦ୍ୟକୁ କିଛି ନୂଆ ସ୍ୱାଦ ଦେବା ପାଇଁ ଆପଣ ଧନିଆ ଏବଂ ଟମାଟୋର ମଜାଦାର ଡିସ୍‌ ବନାଇ ପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଖାସ୍‌ ଇଙ୍ଗ୍ରିଡିଏଟ୍ସ ନୁହେଁ ବରଂ ଧନିଆ, ଟମାଟୋ, କଞ୍ଚା ଲଙ୍କାର ଆବଶ୍ୟକ ପଡିବ। ଏହାକୁ ବନାଇବା ବହୁତ ସହଜ ଏବଂ ସ୍ୱାଦ ବି ଏକଦମ୍‌ ଜବରଦସ୍ତ। ସବୁଠାରୁ ଭଲ ଏହା ଯେ ଏହା ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଯିବ। ଏହାକୁ ଆପଣ ଧନିଆ-ଟମାଟୋ ଫ୍ରାଏ ଚଟଣୀ ବି କହିପାରିବେ।

ଆବଶ୍ୟକ ସାମଗ୍ରୀ

ଧନିଆ, ଟମାଟୋ, କଞ୍ଚା ଲଙ୍କା, ଦେଶି ଘିଅ, ଜିରା, ହେଙ୍ଗୁ, ଲୁଣ, ଲାଲ ଲଙ୍କା ଏବଂ ଅଦା (ଅଦା ପସନ୍ଦ ନାହିଁ ତ ସ୍କିପ କରିପାରିବେ।

ଏପରି ପ୍ରସ୍ତୁତ କରନ୍ତୁ

ଏହି ଡିସ୍‌ ବନାଇବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଧନିଆ, ଟମାଟୋ, ଲଙ୍କା ଏବଂ ଅଦାକୁ ଧୋଇ ଦିଅନ୍ତୁ। ଏବେ ଏହି ତିନିଟିକୁ ମିକ୍ସ କରି ପେଶି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ନିଅନ୍ତୁ। ଏଥିରେ ହେଙ୍ଗୁ ପକାଇ ଦିଅନ୍ତୁ। ଏହାପରେ ଜିରା ପକାଇ ଦିଅନ୍ତୁ। ଜିରା ଫୁଟି ଆସିଲେ ଏହି ପେଷ୍ଟ ପକାଇ ଦିଅନ୍ତୁ। ଏହି ପେଷ୍ଟରେ ଲୁଣ ଏବଂ ଲାଲ ଲଙ୍କା ମିଶାଇ ଦିଅନ୍ତୁ। ଆପଣଙ୍କ ଧନିଆ-ଟମାଟୋ ଫ୍ରାଏ ଚଟଣୀ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ପୁରୀ, ପରଟା କିମ୍ବା ଚାଉଳ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.