ଛୋଟ ଚଢେଇ ଠାରୁ ଆରମ୍ଭ କରି ବିରାଟ ପ୍ଲେନକୁ ଗିଳି ଦେଉଛି ଏହି ବିରାଟ ହୀରା ଖଣି

ରୁଷରେ ଏମିତି ଏକ ଗାଁ ଅଛି ଯେଉଁଠି ରହସ୍ୟମୟୀ ହୀରାଖଣି ମାନ ମହଜୂତ ଅଛି । ଏହି ହୀରା ଖଣି ସାଇବେରିୟାନ ପ୍ରାନ୍ତରେ ଅବସ୍ଥିତ । ବିଶ୍ୱାସ କରାଯାଏ ଦିନେ ଏହି ଖଣିରୁ ଗୋଟେ ସମୟରେ ଟନ ଟନ ଓଜନର ହୀରା ବାହାରୁଥିଲା କିନ୍ତୁ ଆଜି ଲୋକେ ତାହା ନିକଟକୁ ଯିବାକୁ ଡରୁଛନ୍ତି । ଡରିବାର ଏକ ବିଶେଷ କାରଣ ବି ରହିଛି । କୁହାଯାଏ ଏହି ହୀରା ଖାଦାନର ୧୦୦୦ ଫୁଟ ଉଚ୍ଚରେ ବା ତଳେ ଉଡୁଥିବା ପ୍ରତିଟି ଜିନିଷକୁ ଏହା ନିଜ ପାଖକୁ ଟାଣିଆଣେ । ଏହି ରହସ୍ୟମୟ ହୀରା ଖଣି ରୁଷର ମର୍ଣ୍ଣି ଗାଁରେ ଅବସ୍ଥିତ ହୋଇଥିବାବେଳେ ଏହାର ଆକାର ମଧ୍ୟ ଖୁବ ବଡ । ରିପୋର୍ଟ ଅନୁଯାୟୀ, ଏହି ହୀରା ଖଣିର ଗହୀରତା ପ୍ରାୟ ୧୭୨୨ ଫୁଟ ଆଉ ଏହାର ବ୍ୟାସ ୩୯୦୦ ଫୁଟ । ଆର୍ଟିକ ସର୍କଲ ଠାରୁ ଏହା ପ୍ରାୟ ୨୮୦ ମାଇଲ ଦୂରରେ ଅବସ୍ଥିତ । ବିଶ୍ୱର କେତେ ଗୁଡିଏ ବିରାଟ ବିରାଟ ଗଭୀର ଗାଢ଼ ତାଲିକାରେ ଏହାର ନାଁ ରହିଛି । ରହସ୍ୟମୟ ତରିକରେ ମୂଲ୍ୟବାନ ହୀରା ଗୁଡିକୁ ବାହାରକୁ ଅଣାଯାଇଥାଏ ।

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଯେବେ ରୁଷ ପୁଣି ଗର୍ତ୍ତ ଟିକୁ ଖୋଳିବାକୁ ଚେଷ୍ଟା କରିଥିଲା ସେସମୟରେ ଏକ ଜିଓଲୋଜିସ୍ଟ ଦଳକୁ ଏଠାରେ ହୀରା ଥିବା ନେଇ ସନ୍ଧାନ ମିଳିଥିଲା । ସେସମୟର ରୁଷ ଶାସକ ଷ୍ଟାଲିନଙ୍କ ଆଦେଶରେ ୧୯୫୭ ମସିହାରେ ଗାତ ଖୋଳିବା କାମ ଆରମ୍ଭ କରାଯାଇଥିଲା । ଏଠି ଅତ୍ୟଧିକ ଥଣ୍ଡା ଥିବାରୁ ୧୯୬୦ ପରଠାରୁ ହୀରା ବାହାରିବା ଆରମ୍ଭ ହୋଇଥିଲା । ଏଠାରୁ ଅନେକ ପରିମାଣରେ ମୂଲ୍ୟବାନ ହୀରାମାନ ବାହାରିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ ଗତ ୧୦ ବର୍ଷ ଭିତରେ ଏଠାରୁ ପ୍ରାୟ ଗୋଟେ କୋଟି କ୍ୟାରେଟର ହୀରା ମହଜୂତ ରହିଥିଲା । ଏଥିରୁ ପ୍ରାୟ ୩୪୨.୫୭ କ୍ୟାରେଟର ଲେମନ ୟେଲୋ ଡ଼ାଈମଣ୍ଡ ଥିବା ନେଇ ରିପୋର୍ଟ ମିଳିଛି । “De Beers” ନାମକ ଏକ ହୀରା କମ୍ପାନୀ ଶହ ଶହ କୋଟି ଟଙ୍କାର ହୀରା ଖୋଳି ବାହାର କରିଛନ୍ତି । ୨୦୦୪ ମସିହାରେ ଆସିଥିବା ବଡ ଧରଣର ବନ୍ୟା ପରେ ପରେ ଏହି ଖଣିକୁ ବନ୍ଦ କରିଦିଆ ଯାଇଥିଲା ।

ସିଜ ହେବା ପରେ ଏହି ହୀରା ଖଣି ପ୍ରାୟ ଛ ବର୍ଷ ପର୍ଯ୍ୟନ୍ତ ସେହି ଖଣି ବନ୍ଦ ହୋଇ ରହିଥିଲା । ଆଉ ଏହି ସମୟରେ ଅନେକ ସଂଖ୍ୟାରେ ଛୋଟ ମୋଟ ଏୟାରକ୍ରାଫଟ ଓ ହେଲିକାପ୍ଟର ଭିତରକୁ ଟାଣି ହୋଇଯାଇଥିଲା । ଆଉ ବିଶେଷ କରି ଏହି କାରଣରୁ ଏଠାରେ ଏୟାରସ୍ପେସ ଉଡିବାକୁ ବନ୍ଦ କରିଦିଆ ଯାଇଥିଲା । କୁହାଯାଏକି ଥଂଡା ପବନ ସହିତ ଗରମ ପବନ ମିଶିବା ପରେ ଏହି ଶକ୍ତିଶାଳୀ ଆକର୍ଷଣ ହୋଇଥାଏ । ଯାହାଦ୍ୱାରା କୌଣସି ବି ବସ୍ତୁ କୁଆଡେ ହଜିଯାଏ । ଏହା ପରେ ୨୦୦୯ ମସିହାରେ ପୁଣି ଥରେ ଖାଦାନକୁ ଖୋଲାଯାଇଥିଲା । ତଥ୍ୟ ଅନୁଯାୟୀ ୨୦୧୭ ମସିହାରେ ପୁଣିଥରେ ଆସିଥିବା ଏକ ବନ୍ୟା କାରଣରୁ ଶହ ଶହ କୋଟି ଶ୍ରମିକଙ୍କ ଜୀବନ ଯାଇଥିଲା । ତେଣୁ କୁହାଯାଏକି ଏହି ଖାଦାନରେ ଏକ ରହସ୍ୟମୟୀ ଆକର୍ସଣ ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.