Below header

ସମୁଦ୍ର ଜଳ ଲୁଣିଆ ହେବ ପଛରେ ରହିଛି ଏହି ଧାର୍ମିକ କାରଣ, ଜାଣନ୍ତୁ ପୌରାଣିକ ମାନ୍ୟତା କ’ଣ ରହଛି

ସମୁଦ୍ର, କିଏ ବା ନଦେଖିଛି...ସମସ୍ତେ ଏହାକୁ ଦେଖିଛନ୍ତି ପାଖକୁ ଯାଇ ଅନୁଭବ ମଧ୍ୟ କରିଛନ୍ତି । ସମୁଦ୍ର, ନଦୀ ଓ ହ୍ରଦ ଠାରୁ ସମ୍ପୂର୍ଣ ଅଲଗା ଥାଏ । ସମୁଦ୍ର ପାଣି ସାଧାରଣ ଭାବେ ସ୍ୱାଦ ରେ ଲୁଣିଆ ଥାଏ । ତେବେ କଣ ରହିଛି ଏହା ପଛରେ କାରଣ ? ଅନେକ ବୈଜ୍ଞାନିକ କାରଣ ତ ଦେଇଛନ୍ତି .. ତେବେ ଆଜି ଆମେ ଏହାକୁ ନେଇ ଥିବା ପୌରାଣିକ କାରଣ ସମ୍ପର୍କରେ କହିବୁ ..

ସମୁଦ୍ର, କିଏ ବା ନଦେଖିଛି…ସମସ୍ତେ ଏହାକୁ ଦେଖିଛନ୍ତି ପାଖକୁ ଯାଇ ଅନୁଭବ ମଧ୍ୟ କରିଛନ୍ତି । ସମୁଦ୍ର, ନଦୀ ଓ ହ୍ରଦ ଠାରୁ ସମ୍ପୂର୍ଣ ଅଲଗା ଥାଏ । ସମୁଦ୍ର ପାଣି ସାଧାରଣ ଭାବେ ସ୍ୱାଦ ରେ ଲୁଣିଆ ଥାଏ । ତେବେ କଣ ରହିଛି ଏହା ପଛରେ କାରଣ ? ଅନେକ ବୈଜ୍ଞାନିକ କାରଣ ତ ଦେଇଛନ୍ତି .. ତେବେ ଆଜି ଆମେ ଏହାକୁ ନେଇ ଥିବା ପୌରାଣିକ କାରଣ ସମ୍ପର୍କରେ କହିବୁ ..

ଇତିହାସ କୁ ଦେଖିଲେ ସମୁଦ୍ର ସିନ୍ଧୁ ସଭ୍ୟତା ସମୟରୁ ରହିଛି । ସିନ୍ଧୁ ସଭ୍ୟତାର ଲୋକ ମେସୋପୋଟାମିଆ ସଭ୍ୟତାର ଅଧିବାସୀଙ୍କ ସହିତ ସାମୁଦ୍ରିକ ବାଣିଜ୍ୟ କାରବାର କରୁଥିବାର ଶୁଣାଯାଏ । ତେବେ ହିନ୍ଦୁ ଧର୍ମଗ୍ରନ୍ଥରେ ବରୁଣ ଦେବଙ୍କୁ ସମୁଦ୍ର ଦେବତା କୁହାଯାଏ। ଋଗବେଦ ଅନୁଯାୟୀ, ବରୁଣ ଦେବ ସମୁଦ୍ର ବିଷୟରେ ସବୁ କିଛି ଜାଣିଛନ୍ତି। କାରଣ ଏହା ତାଙ୍କର ରହିବ ସ୍ଥାନ । ଅନେକ ଏହାକୁ ମାତା ଲକ୍ଷ୍ମୀଙ୍କ ବାପ ଘର ବୋଲି ମଧ୍ୟ କୁହନ୍ତି ।

ହିନ୍ଦୁ ଧର୍ମରେ କ’ଣ ରହିଛି ସମୁଦ୍ରର ଗୁରୁତ୍ୱ:
ହିନ୍ଦୁ ଧର୍ମରେ ସମୁଦ୍ର ମନ୍ଥନ ବିଷୟରେ ତ ଆପଣ ଜାଣିଥିବେ । ଯେଉଁଥିରେ ଦେବତା ଏବଂ ଅସୁରଙ୍କ ମଧ୍ୟରେ ଅମୃତ କଳସ ପାଇଁ ସମୁଦ୍ର ମନ୍ଥନ ହୋଇଥିଲା। ଏହି ସମୟ ରେ ସମୁଦ୍ରରୁ ୧୪ ପ୍ରକାର ମୂଲ୍ୟବାନ ରତ୍ନ ବାହାରିଥିଲା । ତେଣୁ ଏଥିରୁ ଅନୁମାନ କରିହେଉଛି ଯେ ସମୁଦ୍ର ଦେବତା ଓ ଅସୁରଙ୍କ ସମୟରୁ ରହିଛି।

ଅନ୍ୟ ପଟେ ଆମେ ସମସ୍ତେ ଜାଣିଚେ ଯେ ସମୁଦ୍ରର ଜଳ ବହୁତ ଲୁଣିଆ। ଯାହା ଆଦୌ ପିଆ ଯାଏ ପରେ ନାହିଁ । ତେବେ ଧାର୍ମିକ କିମ୍ବଦନ୍ତୀ ଅନୁଯାୟୀ ସମୁଦ୍ର ଜଳ ରଙ୍ଗ ଆଗରୁ ଧଳା ଥିବା ସହିତ ଏହାର ସ୍ୱାଦ ମଧୁର ଥିଲା। କିନ୍ତୁ ଅଭିଶାପ ହେତୁ ସମୁଦ୍ରର ଜଳ ଲୁଣିଆ ହୋଇଗଲା। ସମୁଦ୍ର ଜଳ ଲୁଣିଆ ହେବା ପଛର ପୌରାଣିକ କାହାଣୀ ଆପଣ ଜାଣଛନ୍ତି? ଏବେ ଜାଣନ୍ତୁ..

ଶିବ ମହାପୁରାଣ ଅନୁଯାୟୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ହିମାଳୟ କନ୍ୟା ଦେବୀ ପାର୍ବତୀ କଠୋର ତପସ୍ୟା କରିଥିଲେ। ତାଙ୍କର କଠୋର ତପସ୍ୟା ଦେଖି ତିନି ଲୋକ ଭୟଭୀତ ହୋଇ ଏହି ସମସ୍ୟାର ସମାଧାନ ଖୋଜିବା ଆରମ୍ଭ କରିଥିଲା। ଅନ୍ୟପଟେ ସମୁଦ୍ର ଦେବତା ମଧ୍ୟ ପାର୍ବତୀଙ୍କ ରୂପରେ ଆକର୍ଷିତ ହୋଇଯାଇଥିଲେ।

ଯେବେ ପାର୍ବତୀଙ୍କ ତପସ୍ୟା ଶେଷ ହେଲା ଏହା ପରେ ସମୁଦ୍ର ଦେବ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପେ ମାନି ସାରିଥିଲେ । ଯେତେବେଳେ ପାର୍ବତୀ ବିବାହ ପ୍ରସ୍ତାବକୁ ମନା କଲେ ସେତେବେଳେ ସମୁଦ୍ର ଦେବ ରାଗି ଯାଇ ଭଗବାନ ଶିବଙ୍କ ବିରୋଧ ରେ କହିଲେ । ଏହା ଶୁଣିବା ପରେ ଦେବୀ ପାର୍ବତୀ ରାଗି ଯାଇ ସମୁଦ୍ର ଦେବ ଙ୍କୁ ଅଭିଶାପ ଦେଇଥିଲେ। ଯେଉଁଥିପାଇଁ ନିଜ ଧଳା ରଙ୍ଗ ଓ ମିଠା ସ୍ୱାଦ କୁ ହରାଇ ବସିଲେ । ଧାର୍ମିକ ବିଶ୍ୱାସ ଅନୁଯାୟୀ ପାର୍ବତୀଙ୍କ ଏହି ଅଭିଶାପ ପରେ ସମୁଦ୍ର ଜଳ ଲୁଣିଆ ହୋଇଗଲା। ଯାହା ପରେ ସମୁଦ୍ର ଜଳ ଆଉ ପିଇବା ଯୋଗ୍ୟ ହେଲା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.