ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ର ଧମାକାଦାର ଟିଜର ରିଲିଜ୍‌, ଏପ୍ରିଲ୍‌ ୭ରେ ଖୋଲିବ ବଡ଼ ରହସ୍ୟ

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଏବେ ନିଜର ଅପ୍‌କମିଙ୍ଗ୍‌ ଫିଲ୍ମ 'ପୁଷ୍ପା ୨’କୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨'ର ଟିଜର ମୁକ୍ତିଲାଭ କରିଛି।

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଏବେ ନିଜର ଅପ୍‌କମିଙ୍ଗ୍‌ ଫିଲ୍ମ ‘ପୁଷ୍ପା ୨’କୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଲୋକେ ତାଙ୍କର ‘ପୁଷ୍ପା- ଦି ରାଇଜ୍’ ଚଳଚ୍ଚିତ୍ର ଦେଖିବା ପରେ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’ର ଟିଜର ରିଲିଜ୍‌ ହୋଇଛି। ‘ପୁଷ୍ପା- ଦି ରୁଲ୍‌’ର ଟିଜରରେ ଏହି ଫିଲ୍ମକୁ ନେଇ ଏକ ବଡ଼ ଅପଡେଟ୍ ମଧ୍ୟ ସାମ୍ନାକୁ ଆସୁଛି।

ଫିଲ୍ମ ନିର୍ମାତା ଟ୍ୱିଟରରେ ‘ପୁଷ୍ପା ୨’କୁ ନେଇ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଲୁଙ୍କ ଝଲକ ଦେଖିବାକୁ ମିଳୁଛି। ୨୦ ସେକେଣ୍ଡର ଭିଡିଓରେ ଦେଖାଯାଇଛି ଯେ ତିରୁପତି ଜେଲରୁ ପୁଷ୍ପା ଫେରାର ହୋଇଯାଇଛି। କିନ୍ତୁ ସେ କେଉଁଠାରେ ଅଛି, ତାହା ଏପ୍ରିଲ ୭ ଅପରାହ୍ନ ୪ଟାରେ ହିଁ ଜଣାପଡିବ।

ଟିଜର ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, ‘The search ends soon’। ସୋସିଆଲ ମିଡିଆରେ ଅଲୁ ଅର୍ଜୁନ ଏବଂ ‘ପୁଷ୍ପା-ଦି ରୁଲ୍‌’ ଏହି ସମୟରେ ଟ୍ରେଣ୍ଡ କରୁଛି। ଫିଲ୍ମର ନିର୍ଦ୍ଦେଶକଙ୍କ ଅନୁସାରେ, ‘ପୁଷ୍ପା ୨’ରେ କେମିଓ ରୋଲ୍‌ରେ ସଲମାନ ଖାନ ଓ ଅଜୟ ଦେବଗନଙ୍କର ଏଣ୍ଟ୍ରି ହୋଇପାରେ।

କହି ରଖୁଛୁ, ଫିଲ୍ମ ‘ପୁଷ୍ପା- ଦି ରାଇଜ୍‌’ ୨୦୨୨ ଜାନୁୟାରୀରେ ରିଲିଜ୍‌ ହୋଇଥିଲା ଏବଂ ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା। ଏହି ଫିଲ୍ମ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲେ। ଲୋକମାନେ ଅଲୁ ଅର୍ଜୁନଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଥିଲେ। ପ୍ରାୟ ୨୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ୩୫୦ କୋଟିରୁ ଅଧିକ ଆୟ କରିଥିଲା।