ଅପରିବତ୍ତିର୍ତ ରହିଲା Repo Rate, ଏବେ ଆଉ ଦେବାକୁ ପଡିବ ନାହିଁ ଅଧିକ EMI, RBI ଦେଲା ସୂଚନା

ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ବସ୍ତି ଖବର। ଆଉ ବଢ଼ିବନି EMI। ଏଥର ଆରବିଆଇ ରେପୋ ରେଟ୍ କୁ ରଖିଛି ଅପରିବର୍ତ୍ତିତ । ବର୍ତ୍ତମାନ ଯାଏ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି। ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ଘୋଷଣା ବେଳେ ଏହା ସମ୍ପର୍କ ରେ ନିଷ୍ପତି ନିଆଯାଇଛି ।

ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ବସ୍ତି ଖବର। ଏଥର ଆରବିଆଇ ରେପୋ ରେଟ୍ କୁ ରଖିଛି ଅପରିବର୍ତ୍ତିତ । ବର୍ତ୍ତମାନ ଯାଏ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି। ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ଘୋଷଣା ବେଳେ ଏହା ସମ୍ପର୍କ ରେ ନିଷ୍ପତି ନିଆଯାଇଛି ।

ରେପୋ ରେଟ ତାହା ହୋଇଥାଏ ଯେଉଁ ଦରରେ ଆରବିଆଇ ବ୍ୟାଙ୍କକୁ ଟଙ୍କା ଉଧାରି ଦେଇଥାଏ। ଚଳିତ ୨୦୨୩-୨୪ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥବ୍ୟବସ୍ଥା ପାଇଁ କିଛି ନିତୀ ନିର୍ଦ୍ଧାରଣ କରିଛନ୍ତି। ଭାରତରେ ଯେତେବେଳେ ଅର୍ଥ ସଂକଟ ଦେଖାଯାଏ ସେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଋଣ ନେଇଥାନ୍ତି । ତେବେ ରେପୋ ରେଟ ହେଉଛି ଏହି ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ଋଣ ଦେବା ପାଇଁ ଆରବିଆଇ ଆଦାୟ କରୁଥିବା ସୁଧ ହାର । ଯେତେବେଳେ ବି ଆରବିଆଇ ମାଧ୍ୟମରେ ରେପୋ ହାର ବୃଦ୍ଧି ହୁଏ, ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡିଥାଏ ।ଏହି କାରଣରୁ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଦେଇଥିବା ଋଣର ସୁଧ ହାର ମଧ୍ୟ ବୃଦ୍ଧି କରିଥାଏ । ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟରେ ପଡେ ଏବଂ ଋଣର ସୁଧ ହାର ବଢିଥାଏ । ଏହା ମଧ୍ୟ EMI କୁ ବଢ଼ାଇଥାଏ ।

ତେବେ ପୂର୍ବରୁ ସୁଧହାର ୬ ଥର ବଢ଼ିଥିଲା । ମୁଦ୍ରାନୀତି ନେଇ ଗତ ୩ ଏବଂ ୫ ତାରିଖରେ ବୈଠକ ହୋଇଥିଲା। ଗତ ଫେବୃଆରୀରେ ରେପୋ ରେଟ୍ ବଢ଼ି ୬.୫ % ହୋଇଥିଲା। କିନ୍ତୁ ଏଥର ରେପୋ ରେଟ୍ ବଢ଼ି ନଥିବାରୁ ଇଏମଆଇ ବି ବଢ଼ିବନି।

ଆଗରୁ ରେପୋ ରେଟ ୨୫ ବେସିସ ପଏଣ୍ଟ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରାଯାଉଥିଲା। ମାତ୍ର ଆରବିଆଇ ଏହାକୁ ସ୍ଥିର ରଖିବା ନିଷ୍ପତ୍ତି ନେଇଥିଲା। ମହଙ୍ଗା ଦରକୁ ୨-୬ % ମଧ୍ୟରେ ରଖିବା ନେଇ ଆରବିଆଇ ନିଷ୍ପତି ରଖିଥିଲା । ଏହି କାରଣରେ ପୁଣି ଥରେ ରେପୋ ରେଟ୍ ବୃଦ୍ଧି ନେଇ ଅନୁମାନ କରାଯାଉଥିଲା। ଦେଶର ଅର୍ଥ ବ୍ୟବସ୍ଥାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଘୋଷଣା କରିଛନ୍ତି।

ସେପଟେ ଆରବିଆଇର ଏହି ନିଷ୍ପତ୍ତି ସିଧାସଳଖ ଭାବେ ବ୍ୟାଙ୍କ ଲୋନକୁ ପ୍ରଭାବିତ କରିବ। ଆରବିଆଇ ରେପୋ ରେଟ୍ ବୃଦ୍ଧି କରିନଥିବାରୁ ଗ୍ରାହକଙ୍କୁ ଇଏମଆଇ କ୍ଷେତ୍ରରେ ଫାଇଦା ମିଳିବ। ଗତ ଏକ ବର୍ଷରେ ୨.୫୦ ପ୍ରତିଶତ ବୃଦ୍ଧି ହୋଇଥିଲା। ମେ ୨୦୨୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଗୋଟିଏ ବର୍ଷରେ ଆରବିଆଇ ସୁଧ ହାରକୁ ୨.୫୦ ପ୍ରତିଶତ ବୃଦ୍ଧି କରିଥିଲା। ମେ ୨୦୨୨ ରେ ହାର ୪୦ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଥିଲା।

ଏହା ପରେ ଆରବିଆଇ କ୍ରମାଗତ ତିନିଥର ୫୦ ଆଧାର ପଏଣ୍ଟ ବୃଦ୍ଧି କରିଥିଲା। ଡିସେମ୍ବର ୨୦୨୨ରେ, ୦.୩୫ ପ୍ରତିଶତ ବୃଦ୍ଧି କରି କରିଥିଲା। ନଭେମ୍ବର ଏବଂ ଡିସେମ୍ବରରେ ମୁଦ୍ରାସ୍ଫୀତି ମଧ୍ୟ ୬ ପ୍ରତିଶତରୁ କମ୍ ଥିଲା। ଜାନୁଆରୀରେ ମୁଦ୍ରାସ୍ଫୀତି ହ୍ରାସ ପାଇଲା ଏବଂ ଫେବୃଆରୀରେ ସୁଧ ହାରକୁ ୦.୨୫ ପ୍ରତିଶତ ବୃଦ୍ଧି କରିବାକୁ ପଡ଼ିଥିଲା। ସୂଚନା ଅନୁସାରେ ଫେବୃଆରୀରେ ମଧ୍ୟ ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିଥିଲା। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୫.୫୦ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.