ଆସିଲା PhonePeର Pincode ସପିଙ୍ଗ ଆପ

PhonePeର ନୂଆ ସପିଙ୍ଗ ଆପ ଘରକୁ ପଠାଇବ ଜିନିଷ, ଏବେ ଟଙ୍କା କାରବାର ସହିତ ଉଠାଇପାରିବେ ସପିଙ୍ଗର ମଜା

ଡିଜିଟାଲ ପେମେଣ୍ଟ କମ୍ପାନୀ PhonePe ମଙ୍ଗଳବାର ଦିନ ଗ୍ରାହକଙ୍କୁ ଦେଇଛି ଏକ ବଡ ଉପହାର । କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ନୂଆ ଆପ ଲଞ୍ଚ କରିଛି । ଯାହାର ନାମ ରହିଛି Pincode app । ସରକାରଙ୍କ ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ ବାଣିଜ୍ୟ ବା ONDC ପ୍ଲାଟଫର୍ମରେ ନିର୍ମିତ ପିନକୋଡ୍ ଆପ୍ ଲୋକଙ୍କ ଅନେକ ସମସ୍ୟା ସମାଧାନ ହୋଇପାରିବ।

PhonePeର ସିଇଓ ସମୀର ନିଗମ କହିଛନ୍ତି ଯେ ପିନକୋଡ୍ ଆପ୍ ପ୍ରଥମେ ବେଙ୍ଗାଲୁରୁରେ ଉପଲବ୍ଧ ହେବ ଏବଂ ଏହି ଆପ୍ ଦିନକୁ ପ୍ରାୟ ୧୦ ହଜାର କାରବାର ହାସଲ କରିବା ପରେ ଅନ୍ୟ ସହରକୁ ବିସ୍ତାର କରାଯିବ। ଲୋକଙ୍କ କାମ କୁ ଆହୁରି ସହଜ କରିଦେବା ପାଇଁ କମ୍ପାନୀ ତରଫରୁ ଏହି ଆପ କୁ ବାହାର କରାଯାଇଛି।

ଜାଣନ୍ତୁ କଣ ମିଳିବ ସୁବିଧା :

Pincode ହେଉଛି ଏକ ସପିଙ୍ଗ ଆପ୍, ଯାହା ହାଇପରଲୋକାଲ୍ ବାଣିଜ୍ୟ ଉପରେ ଧ୍ୟାନ ଦେବ। ଗୁଗଲ୍ ପ୍ଲେ ଏବଂ ଆପ ଷ୍ଟୋର୍‌ରେ ଏହା ଉପଲବ୍ଧ ରହିବ ।ଗ୍ରୋସରୀ, ଖାଦ୍ୟ, ଫାର୍ମା, ଇଲେକ୍ଟ୍ରୋନିକ୍ସ, ଘର ସାଜସଜ୍ଜା ଏବଂ ଫ୍ୟାସନ୍ ସମେତ ୬ଟି ପ୍ରମୁଖ ବର୍ଗରେ Pincode ଲଞ୍ଚ ହେବ ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁରୁ ଏହା ଆରମ୍ଭ ହୋଇ ଦେଶର ସମସ୍ତ ରାଜ୍ୟ କୁ ବିସ୍ତାରିତ କରାଯିବ।

ଗ୍ରାହକମାନେ କ୍ୟାଟେଗୋରି କୁ ଚୁଜ କରି ଏହାର ସର୍ଚ୍ଚ କରିପାରିବେ । ଷ୍ଟୋରଗୁଡିକ ପାଇବା ପରେ ପ୍ରତି ଷ୍ଟୋରରେ ଗୋଟିଏ କାର୍ଟ ସହିତ ଏକାଧିକ କାର୍ଟ ମଧ୍ୟ ସିଲେକ୍ଟ କରି ରଖିପାରିବେ। ଗ୍ରାହକ ମାନେ ଏକାଧିକ କାର୍ଟ ରଖିପାରିବେ। ଡିସେମ୍ବର ସୁଦ୍ଧା ଆପରେ ଦିନକୁ ଏକ ଲକ୍ଷ ଅର୍ଡର ପାଇବାକୁ ଲକ୍ଷ୍ୟ ରଖାଯାଇଛି । PhonePe ପ୍ରଥମ ଥର ପାଇଁ ONDC ପାଇଁ ଏକ ଆପ୍ ବାହାର କରିଛି।

ଆଶା କରୁଚୁ ଆଜିର ଏହି ଭିଡିଓ ଆପଣାକୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ । ପେଜ କୁ ଫଲୋ କରନ୍ତୁ । ଏଭଳି ନୂଆ ନୂଆ ଅପଡେଟ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ କେ ନ୍ୟୁଜ ଓଡିଶା ।

You might also like