ମାର୍କେଟରେ ଅଣ୍ଡା କିଣିଲା ସମୟରେ ଏପରି ଚେକ କରନ୍ତୁ କେଉଁଟା ପୁରୁଣା ଏବଂ କେଉଁଟା ଫ୍ରେସ୍‌ ଏଗ୍‌

ଆସନ୍ତୁ ଜାଣିବା କଣ ସେହି ତରିକା ଯାହା ସାହାଯ୍ୟରେ ଆପଣ ଫ୍ରେସ ଏବଂ ବାସୀ ଅଣ୍ଡା ଭିତରେ ଅନ୍ତର ଜାଣିପାରିବେ ।

ଆଜିକାଲି ବଜାରରେ ଅପମିଶ୍ରଣ ଏବଂ ନକଲୀ ଜିନିଷ ବିକ୍ରି କରିବା ଏକ ଧନ୍ଦା ପାଲଟିଗଲାଣି । ଅନେକ ବେପାରୀମାନେ ନିଜ ବ୍ୟବସାୟକୁ ବଢ଼ାଇବା ଚକ୍କରରେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛନ୍ତି । ମାର୍କେଟରେ ନକଲୀ କିମ୍ବା ପୁରୁଣା ଅଣ୍ଡା ମଧ୍ୟ ମିଳୁଛି । ତେବେ ଆପଣ ତ ଜାଣିଛନ୍ତି ସବୁ ଜିନିଷର ଏକ୍ସପାୟରୀ ଡେଟ ରହିଥାଏ । ଆଉ ଏକ୍ସପାୟାରୀ ଡେଟ ପରେ ଜିନିଷର ବ୍ୟବହାର କରିବା ବି ଉଚିତ ନୁହେଁ । ଆପଣ ଯେତେବେଳେ ବି ବଜାର ଯାଉଛନ୍ତି ସେତେବେଳେ ସତର୍କ ହୋଇ ଅଣ୍ଡା କିଣନ୍ତୁ । ନଚେତ ଆପଣଙ୍କ ସହିତ ମଧ୍ୟ ଧୋକା ହୋଇପାରେ । ତେବେ ଆସନ୍ତୁ ଜାଣିବା କଣ ସେହି ତରିକା ଯାହା ସାହାଯ୍ୟରେ ଆପଣ ଫ୍ରେସ ଏବଂ ବାସୀ ଅଣ୍ଡା ଭିତରେ ଅନ୍ତର ଜାଣିପାରିବେ ।

ନୂଆ ଏବଂ ପୁରୁଣା ଅଣ୍ଡା ଚିହ୍ନିବେ କିପରି ଜାଣନ୍ତୁ

ଏକ୍ସପାୟାରୀ ଡେଟ ଚେକ୍‌ କରନ୍ତୁ

ଆଜିକାଲି ସୁପରମାର୍କେଟ କିମ୍ବା ବଡ ଦୋକାନରେ ଛୋଟ ଛୋଟ ଟ୍ରେରେ ପ୍ୟାକଡ ଅଣ୍ଡା ମିଳୁଛି । ଯେଉଁଥିରେ ଏକ୍ସପାୟାରୀ ଡେଟ୍‌ ଲେଖାଥାଏ । ଏମିତିରେ ଏହାକୁ କିଣିବା ସମୟରେ ଏହାର ତାରିଖ ନିଶ୍ଚୟ ଚେକ କରନ୍ତୁ । ଏମିତି ନ ହେଉ ଯେ ଦୋକାନୀ ଆପଣଙ୍କୁ ଜଲଦି ଜଲଦିରେ ପୁରୁଣା ଅଣ୍ଡା ବିକ୍ରି କରିଦେବେ । ଏହି କଥାର ଅନୁମାନ ଲଗାନ୍ତୁ ଯେ ଏହି ଅଣ୍ଡାକୁ ଆପଣଙ୍କୁ କେତେ ଦିନ ପର୍ଯ୍ୟନ୍ତ ଖାଇବା ଉଚିତ । କଣ ଏକ୍ସପାୟାରୀ ଡେଟ ପୂର୍ବରୁ ଏହି ଅଣ୍ଡାକୁ ଖାଇପାରିବେ ନା ନାହିଁ । ଏସବୁ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବା ଉଚିତ ।

ସୁଙ୍ଘିକି ଚେକ୍‌ କରନ୍ତୁ

ବଜାରରେ ମିଳୁଥିବା ଅଣ୍ଡା ତାଜା କି ନାହିଁ ଏହାର ପତ୍ତା ଲଗାଇବା ବହୁତ ସହଜ । ଆପଣ ଏହାର ସ୍ମେଲ ସୁଙ୍ଘି ମଧ୍ୟ ପତ୍ତା ଲଗାଇପାରିବେ । ପ୍ରଥମେ ଗୋଟେ ଅଣ୍ଡାକୁ ଭାଙ୍ଗି ପାତ୍ରରେ ରଖନ୍ତୁ ଏବଂ ତାପରେ ସୁଙ୍ଘନ୍ତୁ । ଯଦି ଏଥିରେ ସଢ଼ିଯିବା ଭଳି ବାସ୍ନା ଆସୁଛି ତାହେଲେ ବୁଝିଯାଆନ୍ତୁ ଯେ ଏହାକୁ ଖାଇବା ଆଦୌ ବି ଉଚିତ ନୁହେଁ ।

ଭଲଭାବେ ଚେକ କରନ୍ତୁ

ଅନେକ ଦୋକାନୀ ପୁରୁଣା ଅଣ୍ଡାକୁ ଫ୍ରେସ ଦେଖାଯିବା ଲାଗି ଏହାଉପରେ କଲର କରିଦିଅନ୍ତି । କିନ୍ତୁ ଏହା ପରେ ମଧ୍ୟ ଯଦି ଆପଣଙ୍କୁ ସନ୍ଦେହ ହେଉଛି ତାହେଲେ ଆପଣ ଜାଣିପାରିବେ ଯେ ଆପଣ ଯେଉ ଅଣ୍ଡା କିଣୁଛନ୍ତି ତାହା ପୁରୁଣା ନା ନୂଆ । ଯଦି ଏମିତି କିଛି ସନ୍ଦେହ ହେଉଛି ତାହେଲେ ସେହି ଅଣ୍ଡାକୁ କିଣନ୍ତୁନାହିଁ କି ଖାଆନ୍ତୁ ନାହିଁ ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ । ଏହାକୁ ଆପଣାଇବା ପୂୂର୍ବରୁ ଚିକିତ୍ସକଙକ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.