ଯମୁନା ନଦୀ କୂଳରେ କାହିଁକି ଗଢ଼ା ଯାଇଥିଲା ଲାଲ କୀଲ୍ଲା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦିଲ୍ଲୀର ଐତିହାସିକ ସ୍ଥାନଗୁଡିକ ମଧ୍ୟରେ ଲାଲ କୀଲ୍ଲାର ସ୍ଥାନ ଅନ୍ୟତମ, ଯାହା ମୋଗଲ ସୁଲତାନଙ୍କ ପରିଚୟ ବହନ କରିଛି । ଏହାର କାରୁକାର୍ଯ୍ୟ ଆଜି ମଧ୍ୟ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଭାବେ ରହିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଶାହ ଜାହାନ ଯମୁନା ନଦୀ କୂଳରେ ଲାଲ କୀଲା କାହିଁକି ନିର୍ମାଣ କରିଥିଲେ ।

ଦେଶର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲ କୀଲ୍ଲା ଦେଶର ଅନେକ ମହତ୍ତ୍ୱପୂର୍ଣ୍ଣ ଦୁର୍ଗ ମଧ୍ୟରୁ ଅନ୍ୟତମ । ସୁନ୍ଦର ଲାଲ କୀଲ୍ଳା ମୋଗଲ ସମୟର ପ୍ରସିଦ୍ଧ ବାସ୍ତୁକାର ଅହମ୍ମଦ ଲାହୋରିଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଲାଲ୍ କୀଲ୍ଳାର ଅନେକ ଅଂଶ ଚୂନ ପଥରରେ ତିଆରି ହୋଇଥିଲା, ଯେଉଁ କାରଣରୁ ଏହାର ରଙ୍ଗ ଧଳା ଥିଲା । ପରେ ଯେତେବେଳେ ଧଳା ପଥର ଖରାପ ହେବାକୁ ଲାଗିଲା, ବ୍ରିଟିଶମାନେ ଏହାକୁ ଲାଲ ରଙ୍ଗ କରିଥିଲେ । ଏହା ପରେ ସମଗ୍ର କୀଲ୍ଲା ଲାଲ ହୋଇଯାଇଥିଲା, ଯାହା ପରେ ଏହା ଲାଲ କୀଲ୍ଲା ଭାବେ ପରିଚିତ ହେଲା । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ସୁନ୍ଦର ଦୁର୍ଗକୁ କାହିଁକି ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଥିଲା । ଯଦି ଏବିଷୟରେ ଆପଣମାନେ ଜାଣି ନାହାନ୍ତି ଅମେ ଆପଣଙ୍କୁ ଏହାର କାରଣ ଜଣାଇବୁ ।

ଦିଲ୍ଲୀର ଐତିହାସିକ ସ୍ଥାନଗୁଡିକ ମଧ୍ୟରେ ଲାଲ କୀଲ୍ଲାର ସ୍ଥାନ ଅନ୍ୟତମ, ଯାହା ମୋଗଲ ସୁଲତାନଙ୍କ ପରିଚୟ ବହନ କରିଛି । ଏହାର କାରୁକାର୍ଯ୍ୟ ଆଜି ମଧ୍ୟ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଭାବେ ରହିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଶାହ ଜାହାନ ଯମୁନା ନଦୀ କୂଳରେ ଲାଲ କୀଲା କାହିଁକି ନିର୍ମାଣ କରିଥିଲେ । ମୋଗଲ ସମ୍ରାଟ ଶାହା ଜାହାନଙ୍କ ଶାସନ କାଳରେ ଲାଲ କୀଲ୍ଲା ନିର୍ମାଣ କରିବାକୁ ୧୦ ବର୍ଷ ସମୟ ଲାଗିଥିଲା । କୁହାଯାଏ ଯେ ଏହାର ନିର୍ମାଣ କାର୍ଯ୍ୟ ୧୬୩୮ରୁ ଆରମ୍ଭ ହୋଇ ୧୬୪୮ ପର୍ଯ୍ୟନ୍ତ ଚାଲିଥିଲା ।

ଏଥିପାଇଁ ଆଜି ବି ଏହି ଦୁର୍ଗ ଦୁନିଆର ଅନ୍ୟତମ ଦୁର୍ଗ ଭାବରେ ପରିଗଣିତ ହେଉଛି । ଲାଲ କୀଲ୍ଲାକୁ ଦେଖିବା ପାଇଁ କେବଳ ଭାରତ ନୁହେଁ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଆସିଥାନ୍ତି । ତେବେ ଏହି ଲାଲ କୀଲ୍ଲା ଯମୁନା ନଦୀ କୂଳରେ କରିବାର କାରଣ କ’ଣ ଆପଣମାନେ ନିଶ୍ଚିତ ଜାଣିବାକୁ ଚାହୁଁଥିବେ ? ଏହା ପଛରେ ଥିଲା ଶାହା ଜାହାନଙ୍କ ରଣନୀତି ।

ଶାହା ଜାହାନ ଯମୁନା ନଦୀ କୂଳରେ ଲାଲ କୀଲ୍ଲା ନିର୍ମାଣ କରିବାର ମୁଖ୍ୟ କାରଣ ହେଉଛି ଶତ୍ରୁମାନଙ୍କ ପାଇଁ ନଦୀ ପାର ହୋଇ ଦୁର୍ଗ ଉପରେ ଆକ୍ରମଣ କରିବା ସହଜ ନଥିଲା । ଏଭଳି ପରିସ୍ଥିତିରେ ଶାହା ଜାହାନ ନଦୀ କୂଳରେ ଦୁର୍ଗ ନିର୍ମାଣ କରିବାରୁ ଅନେକ ସୁରକ୍ଷା ପାଇଥିଲେ ।

ଏହାର ଦ୍ୱିତୀୟ କାରଣ ହେଉଛି ଲାଲ କୀଲ୍ଲା ନିକଟରେରେ ରହୁଥିବା ଲୋକଙ୍କ ପାଇଁ ଜଳ ସମସ୍ୟା ହେବ ନାହିଁ ଏବଂ ସେମାନେ ସହଜରେ ଜଳ ପାଇପାରିବେ । ତେଣୁ ଏହା ଯମୁନା ନଦୀ କୂଳରେ ନିର୍ମିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.