ଝରଣା ତଳେ ମଜାମସ୍ତିରେ ଗାଧୋଉଥିଲେ ପର୍ଯ୍ୟଟକ, ଉପରୁ ଖସିଲା ମୃତ୍ୟୁ: ଭିଡିଓ ଭାଇରଲ

ଚମୋଲି ପୋଲିସ ଭିଡିଓ ସେୟାର କରି ପର୍ଯ୍ୟଟକଙ୍କୁ ସତର୍କ କରିଛି । ଝରଣା ତଳେ ପର୍ଯ୍ୟଟକ ଗାଧୋଉଥିବା ବେଳେ କିପରି ମାଟି ଅତଡା ଖସିଛି ଭିଡିଓରେ ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଆଉ ଦେବଭୂମିରେ ଏଭଳି ତାଣ୍ଡବ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ବିପଦ ବଢିଯାଇଛି । ବର୍ଷା ଯୋଗୁଁ ପାହାଡ ଧସିବା ଏବଂ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏହାମଧ୍ୟରେ ଚମୋଲି ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛି । ଯେଉଁଥିରେ କିଛି ବ୍ୟକ୍ତି ଝରଣା ତଳେ ଗାଧୋଉଥିବା ବେଳେ ମାଟି ଅତଡା ଖସିପଡିଛି ।

ଟ୍ଵିଟରରେ ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, କିଛି ପର୍ଯ୍ୟଟକ ଝରଣା ତଳେ ମସ୍ତି କରି ଗାଧୋଉଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡା ଖସିପଡିଛି । ଆଉ ଏହାପରେ ଜୋରରେ ଚିତ୍କାର ଶୁଣିବାକୁ ମିଳିଛି । ଭିଡିଓ ଦେଖି ୟୁଜର୍ସଙ୍କ ଲୋକ ଟାଙ୍କୁରୀ ଉଠିଛି ।

ଦେଖନ୍ତୁ ଭିଡିଓ :

ଏହି ଘଟଣାରେ ମୃତାହତଙ୍କ ବିଷୟରେ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । ଚମୋଲି ପୋଲିସ ଭିଡିଓ ସେୟାର କରି ଅପିଲ କରିଛି, ବର୍ଷା ବେଳେ ପର୍ଯ୍ୟଟକ ଝରଣା ତଳେ ଗୋଧେଇବା ଘାତକ ହୋଇପାରେ । ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁଁ ଚମୋଲୀ ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.