ଚନ୍ଦ୍ରଯାନ-୩ ମିଶନ: ବିକ୍ରମ ଲ୍ୟାଣ୍ଡର ନେଲା ଚନ୍ଦ୍ରର ସୁଦୂର ଭାଗର ଫଟୋ, ISRO ସେୟାର କଲା ଦୁଇଟି ନୂତନ ଛବି

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ୨ ଦିନ ପୂର୍ବରୁ ସୋମବାର ଇସ୍ରୋ ଚନ୍ଦ୍ରର ଦୁଇଟି ଫଟୋ ସେୟାର କରିଛି। ଇସ୍ରୋ କହିଛି ଯେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ସୁଦୂର ଭାଗର କେତେଗୁଡ଼ିଏ ଫଟୋ ନେଇଛି।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ୨ ଦିନ ପୂର୍ବରୁ ସୋମବାର ଇସ୍ରୋ ଚନ୍ଦ୍ରର ଦୁଇଟି ଫଟୋ ସେୟାର କରିଛି। ଇସ୍ରୋ କହିଛି ଯେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ସୁଦୂର ଭାଗର କେତେଗୁଡ଼ିଏ ଫଟୋ ନେଇଛି। ଚନ୍ଦ୍ରଯାନ-୩ ମିଶନ ଉପରେ ଅପ୍‌ଡେଟ ଦେଇ ଇସ୍ରୋ କହିଛି କି, ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଆଣ୍ଡ୍‌ ଆଭୋଇଡାନ୍ସ କ୍ୟାମେରା ମାଧ୍ୟମରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ସୁଦୂର ଅଞ୍ଚଳର ଫଟୋ ଉଠାଇଛି।

ଇସ୍ରୋ ଟ୍ଵିଟରରେ ୪ଟି ଫଟୋ ସେୟାର କରି ଲେଖିଛି, ‘ଏହା ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଆଣ୍ଡ୍‌ ଆଭୋଇଡାନ୍ସ କ୍ୟାମେରା ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ଫଟୋ। ଏହି କ୍ୟାମେରା ବୋଲ୍ଡର କିମ୍ବା ଗଭୀର ଖାଲ ବିନା ଏକ ସୁରକ୍ଷିତ ଅବତରଣ କ୍ଷେତ୍ର ଖୋଜିବାରେ ସାହାଯ୍ୟ କରେ’।

କହି ରଖୁଛୁ, ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ପ୍ରକ୍ରିୟାକୁ ସିଧାପ୍ରସାରଣ ମାଧ୍ୟମରେ ଦେଖିହେବ। ଇସ୍ରୋର େଓ୍ଵବ୍‌ସାଇଟ, ୟୁଟ୍ୟୁବ୍‌ ଚ୍ୟାନେଲ୍‌, ଫେସ୍‌ବୁକ ପେଜ୍‌ ଏବଂ ଡିଡି ନ୍ୟାସନାଲ ଟିଭି ମାଧ୍ୟମରେ ଏହାର ଲାଇଭ୍‌ ଟେଲିକାଷ୍ଟ କରାଯିବ। ଅଗଷ୍ଟ ୨୩ ଭାରତୀୟ ସମୟ ଅପରାହ୍ନ ୭ଟା ୨୭ରୁ ସିଧାପ୍ରସାରଣ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୪ ମିନିଟରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.