ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଘଟଣା: ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ

ଦୁଇତିନି ଦିନ ମଧ୍ୟରେ ତଦନ୍ତ କମିଟି ରିପୋର୍ଟ ଦେବ । ତଦନ୍ତ ରିପୋର୍ଟ ଆସିବା ପରେ ରାଗିଂ କରିଥିବା ତିନିଜଣଙ୍କ ସମ୍ପର୍କରେ କଣ ପଦକ୍ଷେପ ନିଆଯିବ ସେ ନେଇ କମିଟି ନିଷ୍ପତ୍ତି ନେବ।

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମବର୍ଷ ଏମବିବିଏସ ଛାତ୍ରଙ୍କୁ ରାଗିଂ ଘଟଣାରେ ତଦନ୍ତ କରାଯାଉଛି । ପୀଡ଼ିତ ଛାତ୍ରଙ୍କ ଅଭିଯୋଗ ପରେ କଲେଜର ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଦୁଇତିନି ଦିନ ମଧ୍ୟରେ ତଦନ୍ତ କମିଟି ରିପୋର୍ଟ ଦେବ । ତଦନ୍ତ ରିପୋର୍ଟ ଆସିବା ପରେ ରାଗିଂ କରିଥିବା ତିନିଜଣଙ୍କ ସମ୍ପର୍କରେ କଣ ପଦକ୍ଷେପ ନିଆଯିବ ସେ ନେଇ କମିଟି ନିଷ୍ପତ୍ତି ନେବ। ତିନିଜଣ ଅଭିଯୁକ୍ତ ଘଟଣାକୁ ନେଇ ଅନୁତପ୍ତ ବୋଲି ବ୍ୟକ୍ତିଗତ ଭାବେ ଲେଖି ଜଣାଇଛନ୍ତି। ଆଣ୍ଟି ରାଗିଂ କମିଟି ସମ୍ମୁଖରେ ସେମାନେ ନିଜ ଦୋଷ ସ୍ବୀକାର ମଧ୍ୟ କରିଛନ୍ତି ।

ମେଡିକାଲ କଲେଜରେ ରାଗିଂ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ଡିନ କହିଛନ୍ତି । ୟୁଜିସି ତରଫରୁ ମେଲ ଆସିବା ପରେ ଥାନାରେ ଏତଲା ଦିଆଯାଇଛି। ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତ ଛାତ୍ର ମାନସିକ ଭାବେ ଆଘାତ ପାଇଛନ୍ତି। ତାଙ୍କ ମାଆଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ ସେ ଛୁଟିରେ ଅଛନ୍ତି। କଲେଜ ତରଫରୁ ଛାତ୍ରଙ୍କ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ଘଟଣାକୁ ନେଇ ଡିନ ଦୁଃଖ ପ୍ରକାଶ କରିଛନ୍ତି ।