Below header

ଜାଣନ୍ତୁ କେବେଠାରୁ ପାଳନ ହେଉଛି ମହିଳା ଦିବସ, ଏହାପଛରେ କ’ଣ ରହିଛି କାରଣ

ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ଭଲପାଇବାକୁ ପ୍ରକଟ କରିବାକୁ ନେଇ ନାରୀମାନଙ୍କ ପ୍ରତ୍ୟେକ କ୍ଷେତ୍ରରେ ପାଳନ କରାଯାଏ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ। ପ୍ରତ୍ୟେକ ବର୍ଷ ୮ମାର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଏ। କିନ୍ତୁ କଣ ଆପଣ ଜାରଇଛନ୍ତି କି ଏହା ପଛର କାରଣ କ’ଣ। କଣ ରହିଛି ଏହାର ଇତିହାସ ଏବଂ କାହିଁକି ଏହି ଦିନ ପାଳନ କରାଯାଇଥାଏ ମହିଳା ଦିବସ? ଯଦି ଏସବୁ ବିଷୟରେ ଆପଣମାନେ ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କାହିଁକି ୮ମାର୍ଚ୍ଚରେ ପାଳନ କରାଯାଏ ମହିଳା ଦିବସ ଏବଂ କାହିଁକି ଏହି ଦିନ ପାଳନ କରିବା ଆରମ୍ଭ ହୋଇଥିଲା।

women-day୧୯୦୯ ମସିହାରେ ପାଳନ କରାଯାଇଥିଲା ପ୍ରଥମ ମହିଳା ଦିବସ

କୁହାଯାଇଥାଏ ସର୍ବପ୍ରଥମେ ମହିଳା ଦିବସ ଆମେରିକାର ନ୍ୟୁୟର୍କରେ ୧୯୦୯ ମସିହାରେ ପାଳନ କରାଯାଇଥିଲା। ଯାହାର ଆହ୍ଵାନ ଆମେରିକାର ସୋସିଆଲିଷ୍ଟ ପାର୍ଟି ଆରମ୍ଭ କରିଥିଲା। ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନାଲର କୋପେନହେଗନ ସମ୍ମେଳନରେ ଅନ୍ତରାଷ୍ଟ୍ରୀୟ ମାନ୍ୟତା ପାଇଥିଲା। ଏହି ସମ୍ମେଳନରେ ୧୭ଟି ଦେଶର ୧୦୦ ମହିଳା ପ୍ରତିନିଧି କରିବା ପାଇଁ ପହଞ୍ଚିଥିଲେ। ଏହାପରେ ୧୯୧୧ ମସିହାରେ ୧୯ ମାର୍ଚ୍ଚରେ ଅନେକ ଦେଶ ଏହି ଦିବସ ପାଳନ କରିଥିଲା। କିନ୍ତୁ ଏହାକୁ ଅଧିକାରିକ ମାନ୍ୟତା ମିଳିଥିଲା ପ୍ରଥମ ବିଶ୍ୱ ଯୁଦ୍ଧ ଅର୍ଥାତ ୧୯୧୭ ମସିହାରେ।

mahila dibas୧୯୧୭ମସିହାରେ ଅଧିକାରୀକ ସ୍ତରରେ ହୋଇଥିଲା ଘୋଷଣା

ଇତିହାସ ଅନୁଯାୟୀ ୧୯୧୭ ମସିହାରେ ରୁଷର ମହିଳାମାନେ ଏକ ଆନ୍ଦୋଳନ କରିଥିଲେ। ମହିଳା ଦିବସରେ ରୋଟି ଏବଂ ପୋଷାକ ପାଇଁ ହଡତାଳରେ ଯିବା ପାଇଁ ସ୍ଥିର କରିଥିଲେ। ଏହି ଆନ୍ଦୋଳନ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯାହାଫଳରେ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା। କୁହାଯାଇଥାଏ ଏହି ଦିନରେ ରୁଷରେ ଜୁଲିୟନ କ୍ୟାଲେଣ୍ଡର ଚାଲୁଥିଲା, ଯେତେବେଳେ ଅନ୍ୟ ଦେଶରେ ଗ୍ରୋଗୋରିୟନ କ୍ୟାଲେଣ୍ଡର ପ୍ରଚଳିତ ଥିଲା। ଏହି ଦୁଇ ତାରିଖ ମଧ୍ୟରେ କିଛି ଅନ୍ତର ରହିଥାଏ। ଜୁଲିୟନ କ୍ୟାଲେଣ୍ଡର ଅନୁଯାୟୀ ୧୯୧୭ ମସିହା ଫେବୃଆରୀର ଶେଷ ରବିବାର ୨୩ ଫେବୃଆରୀ ରହିଥିଲା, ଯାହା ଗ୍ରୋଗୋରିୟନ କ୍ୟାଲେଣ୍ଡର ଅନୁସାରେ ସେହି ଦିନ ୮ମାର୍ଚ୍ଚ ରହିଛି। ଏହିକାରଣରୁ ପ୍ରତ୍ୟେକ ବର୍ଷ ୮ମାର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯିବାର ଅଧିକାରୀକ ଘୋଷଣା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.