Below header

ଆଜି ବିଶ୍ୱ ସାଗର ଦିବସ, ଜାଣନ୍ତୁ ଏହି ଦିନର ଇତିହାସ ଓ ବିଶେଷତ୍ୱ

ଆଜି ଅର୍ଥାତ୍‌ ଜୁନ୍‌ ୮ ତାରିଖକୁ ସାରା ଦୁନିଆରେ ବିଶ୍ୱ ମହାସାଗର ଦିବସ ଭାବେ ପାଳନ କରାଯାଏ। ମନୁଷ୍ୟ ଜୀବନରେ ମହାସାଗରର ଭୂମିକା ତଥା ସମୁଦ୍ରରୁ ମିଳୁଥିବା ଲାଭ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ଏହି ଦିବସ ପାଳନ କରାଯାଇଥିଲା। ଏହି ଦିବସ ଅବସରରେ ଲୋକଙ୍କୁ ସମୁଦ୍ରର ରକ୍ଷଣାବେକ୍ଷଣ କରିବା ପାଇଁ ତଥା ସମୁଦ୍ରକୁ ପରିଷ୍କାର ରଖିବା ପାଇଁ ପ୍ରୋତ୍ସାହିତ କରାଯାଏ।

World Oceans Day 2020: From Avoiding Plastic to Joining a Beach ...

ବିଶ୍ୱ ମହାସାଗର ଦିବସର ଇତିହାସ:

ପ୍ରତିବର୍ଷ ଜୁନ୍‌ ୮ ତାରିଖକୁ ବିଶ୍ୱ ମହାସାଗର ଦିବସ ଭାବେ ପାଳନ କରାଯାଉଛି। ୨୦୦୯ ମସିହାରୁ ଏହା ପାଳିତ ହେଉଛି। ବର୍ତ୍ତମାନ ସମୟରେ ଲୋକମାନେ ଯେଉଁଭଳି ଭାବେ ସମୁଦ୍ରକୁ ପ୍ରଦୂଷିତ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। ବହୁ ପରିମାଣର ପ୍ଲାଷ୍ଟିକ୍‌, ଅପରିଷ୍କାର ବର୍ଜ୍ୟବସ୍ତୁ, ଦୂଷିତ ପଦାର୍ଥ ତଥା କଳକାରଖାନାର ଆବର୍ଜନା ସମୁଦ୍ରରେ ମିଶି ଏହାର ପାଣିକୁ ପ୍ରଦୂଷିତ କରୁଛି। ଏଣୁ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ତଥା ଲୋକଙ୍କୁ ସଚେତନ କରିବାକୁ ମହାସାଗର ଦିବସ ଅବସରରେ ଲୋକଙ୍କୁ ବୁଝାଯାଏ।

World Oceans Day – The Ocean Project

ବିଶ୍ୱ ମହାସାଗର ଦିବସର ଚଳିତବର୍ଷର ଥିମ୍‌ ରହିଛି ‘ଇନୋଭେସନ୍‌ ଫର୍‌ ଏ ସଷ୍ଟେନେବଲ ଓସନ୍‌’। ଏହିଦିନ ବିଭିନ୍ନ ବେସରକାରୀ ସଂସ୍ଥା ଦ୍ୱାରା ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। କରୋନା ଭାଇରସ୍‌ ଯୋଗୁ ଚଳିତବର୍ଷ ମହାସାଗର ଦିବସ ଅନ୍‌ଲାଇନ୍‌ରେ ଆୟୋଜିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.