Below header

ହସପିଟାଲ୍‌ର ବିଲ୍‌ ଦେଇ ପାରିଲେନି ବୋଲି ବେଡ୍‌ରେ ବନ୍ଧା ହେଲେ ବୃଦ୍ଧ, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

ମଧ୍ୟପ୍ରଦେଶର ସଜାପୁରର ଏକ ହସ୍ପିଟାଲରେ ଏ ଅମାନବୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଦେଖିବା ପରେ ମଣିଷର ଆଉ ଏକ ମାନବିକତା ଉପରେ ପ୍ରଶ୍ନ ଉଠିବ। ଜିଲ୍ଲା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ପରିବାର ସଦସ୍ୟ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଅର୍ଥ ପୈଠ ନ କରିପାରିବାରୁ ବୃଦ୍ଧଙ୍କୁ ହସ୍ପିଟାଲ୍ ବେଡରେ ବାନ୍ଧି ଦିଆଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚୌହାନ କହିଛନ୍ତି। ସେହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଶାଜାପୁର କଲେକ୍ଟର ଦିନେଶ ଜୈନ ସିଏମଏଚଓଙ୍କ ସହ ମାମଲାର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣା ମୁତାବକ, ମଧ୍ୟ ପ୍ରଦେଶର ଶାଜାପୁର ଜିଲ୍ଲାରେ ଏକ ହସ୍ପିଟାଲରେ ବୃଦ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ବିଲ୍ ଜମା କରିନଥିବା ନେଇ କର୍ତ୍ତୃପକ୍ଷ ହସ୍ପିଟାଲ ବେଡରେ ତାଙ୍କ ଗୋଡ଼କୁ ବାନ୍ଧି ଦେଇଥିଲେ। ପରିଜନ ଲୋକ ଏହି ଅଭିଯୋଗ କରିଛନ୍ତି । କିନ୍ତୁ ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ରୋଗୀଙ୍କର ଶରୀର ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନରେ ବାରମ୍ୱାର ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏଥିରେ ସେ ଯେମିତି ନିଜକୁ କ୍ଷତି ନପହଞ୍ଚାଇବେ ସେଥିପାଇଁ ତାଙ୍କୁ ବାନ୍ଧି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.