Below header

ବିଶ୍ୱର ସର୍ବବୃହତ ହୀରା, ଯାହା କେତେ ଟଙ୍କାରେ ନିଲାମ ହୋଇଛି ଜାଣନ୍ତୁ

ହୀରା, ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ। ଯାହାକୁ କେବଳ କ୍ୱଚିତ ଲୋକ ହିଁ ନିଜ ପାଖରେ ରଖି ପାରନ୍ତି । କିନ୍ତୁ ଦର୍ଶକ ବନ୍ଧୁ ଆପଣ କ’ଣ ଜାଣନ୍ତି କି, ଦୁନିଆର ସବୁଠୁ ବଡ ହୀରା ବିଷୟରେ ? ଯାହାର ମୂଲ୍ୟ ଶୁଣିଲେ ହୋସ୍‌ ଉଡ଼ିଯିବ । ଏବେ ବିଶ୍ୱର ସବୁଠାରୁ ବଡ ହୀରା ବିଷୟରେ ସୂଚନା ମିଳିଛି, ଯାହାର ରଙ୍ଗ ନୀଳ। ଏହି ନୀଳ ରଙ୍ଗର ହୀରାର ମୂଲ୍ୟ ୪.୪ ବିଲିୟନ। ଯଦିଓ ଅନେକ ରିପୋର୍ଟରେ ବିଶ୍ୱାସ କରାଯାଏ ଯେ କୋହିନୁର ହେଉଛି ଦୁନିଆର ସବୁଠାରୁ ମହଙ୍ଗା ହୀରା। ତେବେ ଏହି ନୀଳ ରଙ୍ଗର ହୀରା ବିଶ୍ୱର ସବୁଠୁ ବଡ ହୀରା ବୋଲି ମଧ୍ୟ କୁହାଯାଉଛି ।

ହଂକଂରେ ଦୁନିଆର ଏଇ ସବୁଠୁ ବଡ ହୀରା ନିଲାମ କରାଯାଇଛି। ଫାଇନ ଆର୍ଟ କମ୍ପାନୀ ‘ସୋଥେବି’ ଏହି ନିଲାମ କରିଛି । କମ୍ପାନୀ କହିଛି ଯେ ସେଠାରେ ୧୫.୧୦ କ୍ୟାରେଟ୍ ଷ୍ଟେପ୍ କଟ୍ ରତ୍ନ ଭଣ୍ଡାର ଅଛି ଯାହାର ନାମ ‘ଦି ବିର୍ସ କଲିନାନ୍ ବ୍ଲୁ’ ରଖାଯାଇଛି। ଏହି ହୀରା ପାଇଁ ନିଲାମୀ ଡକା ଯାଇଥିଲା । ଯାହା ଆଠ ମିନିଟ୍ ଭିତରେ ଶେଷ ହୋଇଗଲା । ଚାରିଜଣ ଲୋକ ଏହି ହୀରା କିଣିବାକୁ ଟେଣ୍ଡର କରିଥିଲେ।

ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ବଡ ହୀରା କିଏ କିଣିଛି? ମାତ୍ର ଚାରିଜଣ ବ୍ୟକ୍ତି ଏହି ହୀରାର ନିଲାମ ଧରିବା ପାଇଁ ସାହସ କରିଥିଲେ । ଆଉ ସର୍ବାଧିକ ୪୮ ମିଲିୟନ୍ ଡଲାର୍ ରେ ଏହାକୁ କିଣିଥିଲେ ସେମାନଙ୍କ ଭିତରୁ ଜଣେ । ୨୦୨୧ ମସିହାରେ ଏହି ବିରଳ ହୀରା ମିଳିଥିଲା । ଦକ୍ଷିଣ ଆଫ୍ରିକାର କଲିନାନ୍ ଖଣିରୁ ମିଳିଥିବା ଏହି ହୀରା, ରଙ୍ଗୀନ ହୀରା ମଧ୍ୟରେ ସର୍ବାଧିକ ମାନ୍ୟତା ପାଇଛି। ସୋଥେବୀ ରିପୋର୍ଟ କରିଛି ଯେ ଆମେରିକାର ଜେମୋଲୋଜିକାଲ ଇନଷ୍ଟିଚ୍ୟୁଟ୍ ହୀରାକୁ ଏକ ବିଶେଷ ବର୍ଗରେ ଶ୍ରେଣୀଭୁକ୍ତ କରିଛି । ଯାହା ହେଉଛି ‘ଫ୍ୟାନ୍ସି ଉଜ୍ଜ୍ୱଳ ନୀଳ’ । ବର୍ତ୍ତମାନ ପର୍ଯ୍ୟନ୍ତ ସୋଥେବିକୁ ଆସିଥିବା ସମସ୍ତ ନୀଳ ହୀରା ମଧ୍ୟରେ ଏହାର ରଙ୍ଗ ଗ୍ରେଡିଂ ସର୍ବୋଚ୍ଚ ସ୍ତରରେ ଅଛି। ଏପର୍ଯ୍ୟନ୍ତ, କେବଳ ୧ ପ୍ରତିଶତ ହୀରାର ସର୍ବାଧିକ ଗ୍ରେଡିଂ ଅଛି। ତେବେ ଏହି ବୃହତ୍‌ ହୀରା ସବୁଠାରୁ ବିରଳ ।
କୁହାଯାଇଛି ଯେ ଏପର୍ଯ୍ୟନ୍ତ ୧୦ କ୍ୟାରେଟ୍ ଉପରେ କେବଳ ପାଞ୍ଚଟି ରତ୍ନ ନିଲାମ କରାଯାଇଛି। କଦାପି ରତ୍ନ ୧୫ କ୍ୟାରେଟ୍ ରୁ ଅଧିକ ହୋଇନାହିଁ ।

ଦୁନିଆର ସବୁଠୁ ଦାମୀ ହୀରାର ନାଁ ଓପେନହାଇମର ବ୍ଲୁ ରଖା ଯାଇଛି, ଯାହାକି ୧୪.୬୨ କ୍ୟାରେଟ୍। ଏହି ହୀରାକୁ ୨୦୧୬ ମସିହାରେ ୫୭ ନିୟୁତ ୫ ଲକ୍ଷ ୪୧ ହଜାର ୭୭୯ ଡଲାରରେ ନିଲାମ କରାଯାଇଥିଲା। ତେବେ ଏହି ହୀରା ଦୁନିଆର ସବୁଠାରୁ ମହାଙ୍ଗା ହୀରା ବୋଲି କୁହାଯାଉଛି । ତାକୁ କିଣିଥିବା ବ୍ୟକ୍ତି କେତେ ଧନୀ ହୋଇଥିବେ ଅନୁମାନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.