Below header

ବିଶ୍ୱର ପ୍ରଥମ ନିରାମିଷ ରେଷ୍ଟୁରାଣ୍ଟ, ଯେଉଁଠାରେ ମିଳୁଛି ଶାକାହାରୀ ଭୋଜନ ପ୍ରସ୍ତୁତ କରିବାର ଟ୍ରେନିଂ

ଖାଦ୍ୟ ମଣିଷର ଅତି ଆବଶ୍ୟକ ଜିନିଷ ମଧ୍ୟରୁ ଗୋଟିଏ। ବଦଳୁଥିବା ସମୟରେ ଖାଦ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପକେଟରେ ପଇସା ଥିଲେ, ମତମୁତାବକ ଖାଦ୍ୟ ମଧ୍ୟ ଖାଇବାକୁ ଇଚ୍ଛା ହେବ। ଏଥିପାଇଁ ଆପଣ ଭଲ ଭଲ ରେଷ୍ଟୁରାଣ୍ଟ ମଧ୍ୟ ଯିବାକୁ ଇଚ୍ଛା ମଧ୍ୟ କରିଥାନ୍ତି। ଏବେ ତ ମାର୍କେଟରେ ଅନେକ ପ୍ରକାର ରେଷ୍ଟୁରାଣ୍ଟ ରହିଛି। କିଛି ରେଷ୍ଟୁରାଣ୍ଟ ଇତିହାସ ହୋଇଯାଇଛି। ଏପରି ଏକ ରେଷ୍ଟୁରାଣ୍ଟ ସ୍ୱିଜରଲ୍ୟାଣ୍ଡର ଜୁରିକ୍‌ରେ ରହିଛି। ଯାହାର ନାମ ହୋସ ହିଲ୍ଟ। ଯାହା ଗତ ଶହେ ବର୍ଷରୁ ଏଠାରେ ଚାଲିଛି। ଏହି ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ୟୁରୋପର ଖାଦ୍ୟ ଅନ୍ଦାଜକୁ ବଦଳାଇଦେଇଛି। ଏହାର ବିଶେଷତ୍ୱ ହେଉଛି, ଏଠାରେ କେବଳ ଶାକାହାରୀ ଖାଦ୍ୟ ହିଁ ଖାଇବାକୁ ମିଳିଥାଏ।

Switzerland

ଏହି ଜୁରିକର ସବୁଠାରୁ ପ୍ରସିଦ୍ଧ ରେଷ୍ଟୁରାଣ୍ଟ। କେବଳ ଏତିକି ନୁହେଁ, ଏହା ଗିନସ୍‌ ବୁକ ଅଫ ଓ୍ଵାଲର୍ଡ ରେକର୍ଡରେ ଦୁନିଆର ସବୁଠାରୁ ପରୁଣା ଶାକାହାରୀ ରେଷ୍ଟୁରାଣ୍ଟ ଟାଇଟଲ ମଧ୍ୟ ହାସିଲ କରିଛି। ଏହାର ଆରମ୍ଭ ଜୁରିକର ହିଲ୍ଟ ପରିବାର ୧୮୯୮ରେ କରିଥିଲେ। ସେବେଠାରୁ ଆଜିପର୍ଯ୍ୟନ୍ତ ଅନେକ ପଢି ଏହାକୁ ସମ୍ଭାଳି ଆସୁଛନ୍ତି। ଆରମ୍ଭ ବେଳେ କେବଳ ଜୁରିକର ସ୍ଥାନୀୟ ଖାଦ୍ୟ ମିଳୁଥିବା ବେଳେ ଏବେ ପୁରା ବିଶ୍ୱର ଶାକାହାରୀ ଖାଦ୍ୟ ମିଳୁଛି। ଏବେ ଏହି ରେଷ୍ଟୁରାଣ୍ଟରେ ଭାରତୀୟ, ଏସିଆନ, ମେଡିଟେରିନିୟନ ଏବଂ ସ୍ୱିଜରଲ୍ୟାଣ୍ଡର ସବୁ ଶାକାହାରୀ ଖାଦ୍ୟ ମିଳୁଛି। ଏହି ଦୁଇ ମହଲା ବିଶିଷ୍ଟ ରେଷ୍ଟୁରାଣ୍ଟରେ ଖାଦ୍ୟ ସହ ରୋଷେଇ ସହିତ ଜଡିତ ଅନେକ ପୁସ୍ତକ ମଧ୍ୟ ରହିଛି। ଗୋଟେ ଦଶକ ମଧ୍ୟରେ ହିଲ୍ଟ ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ଜୁରିକରେ ନିଜର ପାଖାପାଖି ୮ଟି ଫ୍ରାଞ୍ଚାଇଜ ଖୋଲିସାରିଲାଣି।

image

ସାଧାରଣତଃ ଜୁରିକ୍‌ର ଲୋକମାନେ ମାଂସାହାରୀ। କିନ୍ତୁ ଏଠାରେ ଥିବା ଶାହାକାରୀ ରେଷ୍ଟୁରାଣ୍ଟ କିଭଳି ଏତେ ଭଲ ଭାବେ ଚାଲିଛି ତାହା ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ସମଗ୍ର ୟୁରୋପରେ ଘୁଷୁରୀ ଏବଂ ଗୋମାଂସ ଖାଇବାକୁ ମିଳିଥାଏ।

ଏହାସହ ପଢ଼ନ୍ତୁ ; କାରାବିୟନ୍‌ର ଏହି ଅଦ୍ଭୁତ ଦ୍ୱୀପ, ଯେଉଁଠି ମଦ ପିଇ ମାତାଲ ହୁଅନ୍ତି ‘ମାଙ୍କଡ଼’

ହିଲ୍ଟ ରେଷ୍ଟୁରାଣ୍ଟର କାହାଣୀ ମଧ୍ୟ ଭିନ୍ନ ରହିଛି। କୁହାଯାଏ ଏମ୍ରୋସୁଇସ ହିଲ୍ଟ ନାମକ ଜଣେ ଦରର୍ଜି ରହିଥିଲେ। ଯିଏକି କୋଷ୍ଠକାଠିନ୍ୟ ରୋଗରେ ପୀଡିତ ରହିଥିଲେ। ଡାକ୍ତର ତାଙ୍କୁ କହିଥିଲେ, ଯଦି ଆପଣଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାକୁ ହେଲେ ମାଂସ ଖାଇବା ଛାଡିବାକୁ ପଡିବ। ୧୮୯୦ ମସିହାରେ ସେତେବେଳେ ଜୁରିକରେ ମାଂସ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ମିଳୁନଥିଲା। ସେତେବେଳେ ଆବସିଟାନ୍ସ ନାମକ ଏକମାତ୍ର ରେଷ୍ଟୁରାଣ୍ଟ ଥିଲା, ଯେଉଁଠାରେ କିଛି ଶାକାହାରୀ ଖାଦ୍ୟ ମିଳୁଥିଲା। ଏଠାରେ ଖାଦ୍ୟ ଖାଇବା ପରେ ହିଲ୍ଟଙ୍କୁ ଶାକାହାରୀ ଖାଦ୍ୟ ଖାଇବାକୁ ଭଲ ଲାଗିଥିଲା। ୧୯୦୪ ମସିହାରେ ହିଲ୍ଟ ଏହାକୁ କିଣି ଏହାର କୁକ ମାର୍ଥାଙ୍କୁ ବିବାହ କରିଥିଲେ। ପରେ ଏହି ରେଷ୍ଟୁରାଣ୍ଟର ନାମ ବଦଳାଇ ହୋସ ହିଲ୍ଟ ରଖିଦେଇଥିଲେ। ଏହାପରେ ସ୍ୱିଜରଲ୍ୟାଣ୍ଡରେ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ଶାକାହାରୀ ଖାଦ୍ୟ ଖାଇବା ଏବଂ ମାଂସ ନ ଖାଇବା ପାଇଁ ଏକ ଆନ୍ଦୋଳନ ଚାଲିଲା। ଯାହା ଏହି ରେଷ୍ଟୁରାଣ୍ଟର ଭାଗ୍ୟ ବଦଳାଇ ଦେଲା। ଏପରେ ସମସ୍ତେ ଏହି ରେଷ୍ଟୁରାଣ୍ଟକୁ ଶାକାହାରୀ ଖାଦ୍ୟ ଖାଇବା ପାଇଁ ଭିଡ ଲାଗିରହିଲା। ଏହି ରେଷ୍ଟୁରାଣ୍ଟ ଚାଲିବା ପ୍ରାରମ୍ଭ ଅଳ୍ପ ବହୁତ ଅସୁବିଧା ହୋଇଥିଲା। ୧୯୫୧ରେ ରେଷ୍ଟୁରାଣ୍ଟର ଭାଗ୍ୟ ବଦଳିଯାଇଥିଲା।

hiltis

୧୯୫୧ରେ ହିଲ୍ଟ ଓ୍ଵାଲର୍ଡ ଭେଜିଟେରିଆନ କଂଗ୍ରେସ ପାଇଁ ସ୍ୱିଜରଲ୍ୟାଣ୍ଡରର ସରକାରୀ ପ୍ରତିନିଧି ପାଇଁ ଦିଲ୍ଲୀ ଆସିଥିଲେ। ତାଙ୍କୁ ଏଠାରେ ଭାରତୀୟ ଖାଦ୍ୟପେୟ ଏତେ ମାତ୍ରାରେ ପସନ୍ଦ ଆସିଥିଲା ଯେ, ସେ ସାଙ୍ଗରେ ଧନିଆ, ହଳଦୀ, ଜିରା, ଗୁଜୁରାତି ଇତ୍ୟାଦି ସାଙ୍ଗରେ ନେଇ ଯାଇଥିଲେ। ସେବେଠୋରୁ ହିଲ୍ଟ ନିଜର ରେଷ୍ଟୁରାଣ୍ଟକୁ ସହ ଏପର୍ଯ୍ୟନ୍ତ ୫ ମହଲା ବିଶିଷ୍ଟ ହିଲ୍ଟ ଏକାଡେମୀ ଖୋଲିସାରିଲେଣି। ଏଠାରେ ଶାକାହାରୀ ଖାଦ୍ୟକୁ ପସନ୍ଦ କରୁଥିବା ଲୋକେ ଖାଦ୍ୟ ପ୍ରସ୍ତୁତି ମଧ୍ୟ ଏଠାରେ ଶିଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.