ଗରିବଙ୍କ ପାଇଁ ଆଗେଇ ଆସିଲେ ୧୬ ବର୍ଷର ଏହି ବାଳିକା, ୪୫ କିମି ପାଣିରେ ପହଁରି ଏକାଠି କଲେ ୪୨ ଲକ୍ଷ ଟଙ୍କା

ବୟସ ମାତ୍ର ୧୬ ବର୍ଷ। ହେଲେ ସେ ଏଭଳି କାମ କରି ଦେଖାଇଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ନିଶ୍ଚତ ରୂପେ ଉଦାହରଣ ସାଜିବ। ୧୬ ବର୍ଷର ବାଳିକା ଏଞ୍ଜଲ ମୋରେ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ୨ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଏହି ଅର୍ଥରାଶି ପାଣିରେ ୪୫ କିମି ପର୍ଯ୍ୟନ୍ତପହଁରି ଉପାର୍ଜନ କରିଛନ୍ତି। ଏଞ୍ଜଲ ଆମେରିକାର ମାନ୍‌ହଟନ୍‌ ସହରରେ ରୁହନ୍ତି। ଖାସ୍‌ କରି ସେ ଗରିବ ଲୋକଙ୍କ ପାଇଁ ଫଣ୍ଡ ଜମା କରିବାରେ ଲାଗି ଥାଆନ୍ତି। ଏଞ୍ଜଲଙ୍କ କହିବା ହେଲା, ଏହା ତାଙ୍କ ଜୀବନର ସବୁଠାରୁ ଲମ୍ବା ସୁଇମିଂ ଟୁର୍‌ ଥିଲା, ଯାହାକି ବଡ଼ ଚ୍ୟାଲେଞ୍ଜିଂ ରହିଥିଲା।

girl2

୧୦ ବର୍ଷ ଧରି କରି ଆସୁଛନ୍ତି ସୁଇମିଂ

ଏଞ୍ଜଲ ଗତ ୧୦ ବର୍ଷ ହେବ ସୁଇମିଂ କରିଆସୁଛନ୍ତି। ସେ ପାଣିରେ ୪୫ କିମିର ଯାତ୍ରା ୧୦ ଘଣ୍ଟାରେ ପୂରା କରିଛନ୍ତି। ଏହି ସମୟରେ ସେ ୧୦ଟି ପୁଲକୁ ଅତିକ୍ରମ କରିଥିଲେ, ଯାହାକି ବଡ଼ କଷ୍ଟକର ଥିଲା। ଏଞ୍ଜଲ ଏହି ଅର୍ଥରାଶିକୁ ଚିଲଡ୍ରେନ୍‌ ଇଣ୍ଟରନ୍ୟାଶନାଲ ଏନଜିଓକୁ ଦେବେ, ଯାହା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣାଶୁଣା ରହିଛି। ବ୍ରିଟେନ ରାଜ ପରିବାରର ସଦସ୍ୟ ମେଗାନ୍‌ ମାର୍କେଲ ଓ ପ୍ରିନ୍ସ ହ୍ୟାରି ମଧ୍ୟ ଏହାସହିତ ଜଡ଼ିତ ଅଛନ୍ତି।

ଏହାସହ ପଢନ୍ତୁ: ଉଡ଼ାଜାହାଜରେ ଦୁଇଜଣ ପାଇଲଟଙ୍କୁ କାହିଁକି ଦିଆଯାଏନି ଏକାଭଳି ଖାଦ୍ୟ? ଆପଣ ଏହା ଜାଣିଛନ୍ତି କି ?

girl3

ତେବେ ଏଞ୍ଜଲଙ୍କର ଏହା ପ୍ରଥମ ଯାତ୍ରା ନ ଥିଲା, ଏଥିପୂର୍ବରୁ ମଧ୍ୟ ସେ ୩୨ କିମି ଲମ୍ବା ପହଁରା ପହଁରିସାରିଛନ୍ତି। ମାତ୍ର ୧୦ ବର୍ଷ ବୟସରେ କିଲିମଞ୍ଜାରୋ ଶିଖରରେ ଚଢ଼ି ସବୁଠାରୁ ଛୋଟ ବାଳିକାର ରେକର୍ଡ ହାସଲ ମଧ୍ୟ କରିଛନ୍ତି। ତାଙ୍କର ଆଗାମୀ ଲକ୍ଷ୍ୟ ରହିଛି ‘ଟ୍ରପଲ କ୍ରାଉନ୍‌ ଅଫ୍‌ ଓପନ୍‌ ଓ୍ଵାଟର’, ଯେଉଁଥିରେ ଦୁନିଆର ଅନେକ ଚ୍ୟାଲେଞ୍ଜିଂ ଆଥଲେଟ୍‌ ଭାଗ ନେଇଥାଆନ୍ତି। ଏଞ୍ଜଲ କୁହନ୍ତି, ‘ମୋ ମା’ ଅର୍ଚ୍ଚନା ମୋରେ ସବୁବେଳେ ଆଗକୁ ବଢ଼ିବା ପାଇଁ ମୋତେ ଉତ୍ସାହିତ କରିଥାଆନ୍ତି। ମୋ ସଫଳତା ପଛରେ ତାଙ୍କର ବହୁତ ବଡ଼ ଭୂମିକା ରହିଛି’। ଆମେରିକାରେ ରହୁଥିବା ଏହି ଭାରତୀୟ ବଂଶୋଦ୍ଭବ ଝିଅଟିର ସାହସ ଓ ସେବା ମନୋବୃତ୍ତିକୁ ସବୁ ଦେଶରୁ ପ୍ରଶଂସାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.