‘ମି ଠୁ’ ପାଇଁ ଚର୍ଚ୍ଚାରେ ଥିବା ତନୁଶ୍ରୀ ଦତ୍ତା ପୁଣି ଥରେ ବଲିଉଡକୁ କରିବେ କମବ୍ୟାକ, ଦମଦାର୍ ଚରିତ୍ରରେ ଅଭିନୟ କରିବା ପାଇଁ ଚାଲିଛି ତଲାସ୍

ଭାରତୀୟ ସିନେମାରେ ‘ମି ଠୁ’ ଆନ୍ଦୋଳନ ଆରମ୍ଭ କରିଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କର ଆଉ ବିଦେଶରେ ରହିବା ପାଇଁ ଇଛା ନାହିଁ। ପୁଣି ଥରେ ତନୁଶ୍ରୀ ବଲିଉଡକୁ ଫେରିବା ସହ କାମ କରିବା ମଧ୍ଯ ଆରମ୍ଭ କରିସାରିଲେଣି। ରିପୋର୍ଟ ଅନୁଯାୟୀ ତନୁଶ୍ରୀ ଦତ୍ତାଙ୍କୁ ହିନ୍ଦୀ ଫିଲ୍ମରେ କାମ କରିବାର ଅଫର୍ ମିଳିଥିଲେ ମଧ୍ଯ ସେ ଏକ ଦମଦାର ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ସେ ଅନେକ କିଛି କାହାଣୀର ସର୍ଟ ଲିଷ୍ଟ କରିଛନ୍ତି।

tanushree-duttaaସିନେମାରେ ମହିଳା କର୍ମଚାରୀ ଏବଂ କଳାକାରଙ୍କ କାର୍ଯ୍ଯ ସ୍ଥଳରେ ଯୌନ ଉତ୍ପିଡ଼ନକୁ ନେଇ ପୂର୍ବରୁ ଗୋଟିଏ ବର୍ଷ ମଧ୍ଯରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାଖାପାଖି ସମସ୍ତ ଫିଲ୍ମର କର୍ମଚାରୀ ସଂଗଠନ କାର୍ଯ୍ଯସ୍ଥଳରେ ଯୌନ ଉତ୍ପିଡନ ରୋକିବା ପାଇଁ ଦିଗ ନିର୍ଦେଶ ଜାରି କରିଛନ୍ତି ଏବଂ ନିଜ ନିଜର ସଂଗଠନର ସଦସ୍ଯମାନଙ୍କୁ ଏହି ବିଷୟରେ ଶିକ୍ଷିତ କରାଇବା ମଧ୍ଯ ଆରମ୍ଭ କରିସାରିଛନ୍ତି। ଫିଲ୍ମ ‘ହର୍ନ ଓକେ ପ୍ଲିଜ୍’ ର ସୁଟିଂ ଜରିଆରେ ନିଜ ସହ ହୋଇଥିବା ଦୁଘର୍ଟଣାକୁ ନେଇ ତନୁଶ୍ରୀ ଦତ୍ତା ପରିଚିତ ନାନା ପାଟକରଙ୍କ ବିରୁଧଦରେ ଆରୋପ ଲଗାଇବା ସହ ମିଡିଆରେ ମଧ୍ଯ ତାଙ୍କ ବିଷୟରେ ଅନେକ କିଛି କହିଥିଲେ। ପରେ ତନୁଶ୍ରୀ ଫିଲ୍ମ ନିର୍ଦ୍ଦେଶକ ଭିନତା ନନ୍ଦାଙ୍କ ଠାରୁ ଆରମ୍ଭ କରି ସିନେମା ଜଗତରେ ପରିଚିତ ଅନେକ କଳାକାରଙ୍କ ବିରୁଧରେ ଯୌନ ଉତ୍ପିଡନକୁ ନେଇ ଅନେକ ବୟାନ ଦେଇଥିଲେ। ପୋଲିସ ମଧ୍ଯ ଏହି ଘଟଣାରେ ମାମଲା ରୁଜୁ କରିଥିଲା। କିନ୍ତୁ ଏହି ଘଟଣାରେ ପରସ୍ପର ମଧ୍ଯରେ ବୁଝାବଣା ଯୋଗୁ ଯାଞ୍ଚ ବନ୍ଦ ହୋଇଯାଇଥିଲା।

ଏହାସହ ପଢନ୍ତୁ: ପ୍ରଭାସଙ୍କ ‘ସାହୋ’ ଭାଙ୍ଗିଲା ୨୦୧୯ ର ଫାଷ୍ଟ ସଣ୍ଡେ ରେକର୍ଡ କିନ୍ତୁ ରହିଗଲେ ଭାଇଜାନଙ୍କଠୁ ପଛରେ

ରିପୋର୍ଟ ଅନୁଯାୟୀ ‘ମି ଠୁ’ ରେ ଉଠିଥିବା ସୋର୍ ଥଣ୍ଡା ହେବା ପରେ ଅନେକ ନିର୍ଦେଶକମାନେ ତନୁଶ୍ରୀ ଦତ୍ତାଙ୍କୁ ପୁଣିଥରେ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ଦେବା ପାଇଁ ଭରସା କରିଛନ୍ତି। କିନ୍ତୁ ଏହି ବିଷୟରେ କୌଣସି ସୁଚନା ସାମ୍ନାକୁ ଆସିନାହିଁ। ଚଳିତ ବର୍ଷ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ଯାକ କରିବା ସହ ଏକ ସଠିକ ଫିଲ୍ମର ଅପେକ୍ଷାରେ ରହିଛନ୍ତି ତନୁଶ୍ରୀ।