ପାଇଲ୍ସ ରୋଗୀଙ୍କୁ ନର୍ସ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ, ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ

ଡାକ୍ତରଖାନରେ ରୋଗୀଙ୍କୁ ବାଉଳାରେ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ । ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ ।

ଡାକ୍ତରଖାନରେ ରୋଗୀଙ୍କୁ ବାଉଳାରେ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ । ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ । ଅବହେଳାର ଚରମ ସୀମାରେ ପହଞ୍ଚି ଗଲାଣି ଡାକ୍ତରୀ ସେବା … ଚିକିତ୍ସ ପୂର୍ବରୁ ଯାଞ୍ଚ ନକରି ଏମିତି ଖାମଖିଆଲି ମନୋଭାବ ରଖିବା ଆପଣ କୁହତୁ କେତେଦୂର ଠିକ ? ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ.. ତଦନ୍ତରୁ ଯାହା ଜଣା ପଡିଛି ତିନି ଜଣ ଷ୍ଟାଫ ନର୍ସ ଥିବାବେଳେ କେହି ଜଣେ ତାଙ୍କ ଭିତରୁ ଏଭଳି କାଣ୍ଡ ଘଟାଇଛନ୍ତି …

ଚିକିତ୍ସା ଅବହେଳାରୁ ବିଳମ୍ବିତ ରାତି ଯାଏ ଚିକିତ୍ସାଳୟ ପରିସର ଅଶାନ୍ତ ରହିଥିଲା । ସୂଚନା ଅନୁସାରେ ଭେଙ୍କେଟେଶ୍ୱର ବେହେରା ନାମକ ୪୩ବର୍ଷର ଜଣେ ରୋଗୀ ପାଇଲ୍ସ ରୋଗର ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗତ ୧୩ତାରିଖ ଦିନ ସେ ଆସି ଆଡମିଟ ହୋଇଥିଲେ .. ଅପରେସନ ଆଗରୁ ତାଙ୍କୁ ବ୍ଲଡ଼ ଦିଆଯାଇଥିଲା … ଭେଙ୍କେଟେଶ୍ୱରଙ୍କ ବ୍ଲଡ଼ ଗ୍ରୁପ ଓ-ପଭିଟିଭ୍ ଥିଲା… ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ୧୩,୧୪,୧୫ ତିନିଦିନ ତିନୋଟି ଓ-ପଜିଟିଭ୍ ବ୍ଲଡ ଚଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ତାଙ୍କୁ ୧୩ ତାରିଖ ଓ ୧୪ତାରିଖରେ ଓ-ପଭିଟିଭ୍ ବ୍ଲଡ ଚିକିତ୍ସା କେନ୍ଦ୍ର ପକ୍ଷରୁ ଚଢାଯାଇଥିଲା ଯାହା ତାଙ୍କର ବ୍ଲଡ୍ ଗ୍ରୁପ ଥିଲା । ମାତ୍ର ୧୫ତାରିଖ ଦିନର ବ୍ଲଡ୍ ପାଉଚ୍‌ଟି ଓ-ପଭିଟିଭ୍ ସ୍ଥାନରେ ବି-ପଜିଟିଭ ଚଢାଯାଇଥିଲା ।

ଚିକିତ୍ସା କେନ୍ଦ୍ରରେ ତିନିଜଣ ଷ୍ଟାପ୍ ନର୍ସ ଥିବା ବେଳେ ସେମାନଙ୍କ ମଧ୍ୟରୁ କେହି ଜଣେ ଏହି କାଣ୍ଡ ଭିଆଇଥିଲେ । ତେବେ ରୋଗୀ ଭେଙ୍କେଟଙ୍କୁ ଅନ୍ୟ ଗ୍ରୃପର ରକ୍ତ ଚଢୁ ଚଢୁ ସେ ଅସୁସ୍ଥ ହୋଇପଡିଲେ । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଉତ୍ତେଜିତ ହେବା ସହ ପାରଳାଖେମୁଣ୍ଡି ଥାନାରେ ମାମଲା ଦାୟର କରିଛନ୍ତି । ସେପଟେ ଚିକିତ୍ସା କେନ୍ଦ୍ର କର୍ତ୍ତୁପକ୍ଷ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.