Below header

୧୨୦ ବର୍ଷ ତଳର ଏହି ଫଟୋକୁ ନିରୀକ୍ଷଣ କଲେ ଥରି ଉଠିବ ଆପଣଙ୍କ ଛାତି

ଜୀବନ ସମସ୍ତଙ୍କୁ ମିଳିଥାଏ ଓ ଗୋଟେଦିନ ଶେଷ ହୋଇଯାଇଥାଏ। ଜୀବନକୁ କେହିବି ନିଜ ହାତମୁଠାରେ ରଖିପାରିବେ ନାହିଁ ଏହା କେବଳ ମୁହୂର୍ତ୍ତ ଏବଂ ସ୍ମୃତି ଦ୍ୱାରା ସଜା ଯାଇପାରେ। ତେବେ ବିଶ୍ଵରେ ଆଜିବି ଏଭଳି କିଛି ଫଟୋ ରହିଛି ଯାହା ଅନେକବର୍ଷ ପରେ ମଧ୍ୟ ଏବେପର୍ଯ୍ୟନ୍ତ ଏକ ପ୍ରଶ୍ନବାଚୀ ହୋଇ ରହିଯାଇଛି । ଆଜିବି ଏହି ପ୍ରଶ୍ନର କୌଣସି ଉତ୍ତର ମିଳିପାରିନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଫଟୋ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବାପରେ ଆପଣ ଚିନ୍ତାରେ ପଡିଯିବେ ।

ଏହି ଫଟୋଟି ୧୨୦ ବର୍ଷ ପୂର୍ବରୁ ନିଆଯାଇଥିଲା ଯାହାକୁ ବେଲଫାଷ୍ଟ ଆୟାରଲ୍ୟାଣ୍ଡରେ ଜଣେ ମହିଳା ଦେଖାଇଥିଲେ । ଏହି ଫଟୋକୁ ପ୍ରଥମଥର ଦେଖିଲେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ମହିଳାମାନଙ୍କ କାର୍ଯ୍ୟର ଉପକରଣ ଗୁଡିକ ତାଙ୍କ ଅଣ୍ଟାରେ ବନ୍ଧାଯାଇଛି । ଯଦି ଆପଣ ଏହି ଫଟୋକୁ ସାମାନ୍ୟ ଭାବେ ଦେଖିବେ ତାହେଲେ ଏହା ଆପଣଙ୍କୁ ଖୁବ ସରଳ ଲାଗିବ କିନ୍ତୁ ଯଦି ଆପଣ ଏହାକୁ ନିରୀକ୍ଷଣ କରି ଦେଖିବେ ତାହେଲେ ଆପଣଙ୍କ ଛାତି ଥରି ଉଠିବ ।

ଏହାସହ ପଢନ୍ତୁ ମୃତ୍ୟୁ ପୂର୍ବର ଅଜବ ଗନ୍ଧ, ଏହି ଯୁବତୀ ଶୁଙ୍ଘିକି କହିପାରନ୍ତି କାହାର ହେବାକୁ ଯାଉଛି ମୃତ୍ୟୁ

ଏହି ଫଟୋର ଦ୍ଵିତୀୟ ଧାଡିର ପ୍ରଥମରେ ବସିଥିବା ମହିଳାଙ୍କ କାନ୍ଧରେ ରହିଛି ଏକ ହାତ ଯାହାକି ସେଠାରେ ଥିବା କୌଣସି ମହିଳାଙ୍କର ନୁହେଁ ଏବଂ ଏହି ହାତର କୌଣସି ଶରୀର ମଧ୍ୟ ଦେଖାଯାଉନାହିଁ । ଏହି ଫଟୋରେ ନା ହିଁ କୌଣସି ଫଟୋସପ କରାଯାଇଛି ନା ଏଥିରେ କୌଣସି ସ୍ପେସିଆଲ ଇଫେକ୍ଟ ଦିଆଯାଇଛି । ଲୋକମାନେ ଫଟୋଗ୍ରାଫରକୁ ସମସ୍ତ ଦୋଷ ଦେଇଥିଲେ ମଧ୍ୟ ତାର କୌଣସି ଦୋଷ ନଥିଲା । ତେବେ ଏଠାରେ କଥା କିଛି ଭିନ୍ନ କାରଣ ଯଦି ଆପଣ ଭୁତପ୍ରେତରେ ବିଶ୍ୱାସ କରୁଥିବେ ତାହେଲେ ଆପଣ ପ୍ରକୃତ ରହସ୍ୟ ବୁଝିପାରୁଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.