ଦିଲ୍ଲୀ ଅନାଜମଣ୍ଡି ଅଞ୍ଚଳରେ ଥିବା ବିଲଡିଂରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ

ଦିଲ୍ଲୀ : ଦିଲ୍ଲୀ ଅନାଜମଣ୍ଡି ଅଞ୍ଚଳରେ ଥିବା ଏକ ବିଲଡିଂରେ ଲାଗିଲା ନିଆଁ । ଜଳିଗଲେ ୪୩ ଜଣ । ଦିଲ୍ଲୀର ରାଣୀ ଝାନସୀ ରୋଡ ସ୍ଥିତ ଅନାଜମଣ୍ଡି ଅଞ୍ଚଳରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଏଠାରେ ଥିବା ଲୋକମାନେ ତା ଭିତରେ ଫସି ଯାଇଥିଲେ । ସେଠାରୁ ୫୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ୩୦ଟି ଦମ୍‌କଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ୪୩ ଜଣ ମରିଥିବା ଏଲ୍‌ଏନ୍‌ଜେପି ହସପିଟାଲ ସୂତ୍ରରୁ ଜଣାପଡ଼ିଛି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ି ନାହିଁ ।

FIRE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.