Below header

ଏକଦମ୍ ଜୀବନ୍ତ ଚିତ୍ର ଆଙ୍କୁଛନ୍ତି ଯୁବ ଚିତ୍ର ଶିଳ୍ପୀ ରାଜେଶ

ନୟାଗଡ (କେନ୍ୟୁଜ) : ସେ ଓ୍ଵାଲ ପେଣ୍ଟିଙ୍ଗ ହେଉ କିମ୍ବା ପାଟ ପାଟ ଶାଢ଼ୀ ଅବା ଖାଇବା ପ୍ଲେଟ ସବୁଥିରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବାରେ ବେଶ୍ ମାହିର ସେ। କେବଳ ଚିତ୍ର ଆଙ୍କି ନଥାନ୍ତି ବରଂ ତାକୁ ବିଭିନ୍ନ ରଙ୍ଗ ଦେଇ ସଜେଇ ପାରନ୍ତି ମଧ୍ୟ। ଇଚ୍ଛା ଅଛି ଓଡିଶାର ପାରମ୍ପରିକ କଳାକୁ ଦେଶ ବିଦେଶରେ ନେଇ ପହଞ୍ଚାଇବାକୁ।

ଏ ହେଉଛନ୍ତି ନୟାଗଡ ଗଣିଆ ବ୍ଲକ ଧୂଆମଡା ଗାଁର ରାଜେସ ମହାରଣା। ତୁଳି ଓ ରଙ୍ଗରେ ସେ ଆଙ୍କି ପାରନ୍ତି ଏକଦମ୍ ଜୀବନ୍ତ ଚିତ୍ର। ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ରାଜ୍ଯ ତଥା ରାଜ୍ଯ ବାହାରେ ଅନେକ ନାଁ କମେଇଲେଣି ରାଜେସ। ଜେଜେ ବାପା, ପରେ ବାପା ଓ ଏବେ ରାଜେସ ନିଜେ ତୁଳି ଓ ରଙ୍ଗ ଧରି ବିଭିନ୍ନ ଚିତ୍ର ଆଙ୍କିବାରେ ବ୍ଯସ୍ତ।

ସାଇନ୍ସରେ ଗ୍ରାଜୁଏସନ ସାରିବା ପରେ ଭୁବନେଶ୍ୱର ଷ୍ଟେଟ ଆଟ ଆଣ୍ଡ କ୍ରାଫ୍ଟ ଏକାଡେମିରେ ପାଠ ପଢୁଛନ୍ତି ସେ। ଇଚ୍ଛା ଅଛି ଓଡିଶାର ପାରମ୍ପରିକ କଳା କୁ ଦେଶ ବିଦେଶରେ ନେଇ ପହଞ୍ଚାଇବେ। ତେବେ ରାଜେସଙ୍କ ଭିତରେ ଏକ ଖାସ୍ ଗୁଣ ରହିଛି, ନିଜେ ଚିତ୍ର ଆଙ୍କି ପାରନ୍ତି ଓ ପରେ ତାକୁ ବିଭିନ ପ୍ରକାର ରଙ୍ଗ ଦେଇ ସଜେଇ ପାରନ୍ତି ମଧ୍ୟ। ଏକଦମ୍ ଜୀବନ୍ତ ଚିତ୍ର ଆଙ୍କୁଥିବା କାରଣରୁ ବଡ ବଡ ହୋଟେଲରୁ ତାଙ୍କୁ ଡାକରା ମଧ୍ୟ ଆସୁଛି। ଯେଉଁଠାକୁ ଯାଇ ସେ ବଢ଼ିଆ ଡେକୋରେଟ ମଧ୍ୟ କରୁଛନ୍ତି।

ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ରାଜେସ। ଘରେ ବାପା, ମା ଉଭଏ କାରିଗରୀ ହୋଇଥିବାରୁ ପିଲାଦିନେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିପାରୁଥିଲେ। ଯାହା ପରବର୍ତୀ ସମୟରେ ତାଙ୍କୁ ପ୍ରେରଣା ଦେଇଥିଲା। ବିଶେଷ କରି କାଠରେ ବିଭିନ୍ନ ପ୍ରକାର ଚିତ୍ର ଓ କଣ୍ଢେଇ କରନ୍ତି ରାଜେସଙ୍କର ପରିବାର । ଆଉ ରାଜେସଙ୍କର ମା ସେସବୁ ନେଇ ବିଭିନ୍ନ ଓରମାସ କିମ୍ବା ପଲ୍ଲିଶ୍ରୀମେଳାରେ ବିକ୍ରି କରନ୍ତି। ତେବେ ରାଜେସ ଲକ୍ଷ ରଖିଛନ୍ତି ଯେ ଗାଁ ଗହଳିର ଲୁକାୟିତ ପ୍ରତିଭାକୁ ସୁଯୋଗ ଦେଇ ସେ କଳାକୁ ନିହାତି ଆଗକୁ ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.