Below header

ଯୁବ ଇଞ୍ଜିନିୟର ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ନିର୍ମାଣ କରିଛନ୍ତି ସ୍ବଂୟଚାଳିତ କୁକୁଡ଼ା ଫାର୍ମ

କେନ୍ୟୁଜ୍ ସ୍ପେଶାଲ ଡେକ୍ସ : ସମସ୍ତେ ସ୍ୱପ୍ନ ଦେଖନ୍ତି ଭଲ ପାଠ ପଢି ଚାକାରୀ ଖଣ୍ଡେ କରିବାକୁ । ଅଧିକ ରୋଜଗାର ପାଇଁ ବିଦେଶ ଯିବାକୁ । ଯଦି ଆପଣ ଭାବୁଛନ୍ତି , କେବଳ ବିଦେଶ ଗଲେ ଯେ ଅଧିକ ରୋଜଗାର କରି ହେବ, ତାହେଲେ ଆପଣ ଭୁଲ ଭାବୁଛନ୍ତି । ବିଦେଶ ଯାଇ ଅଧିକ ଇନକମ୍ କରିବା କଥା ଆପଣ ଭୁଲିଯିବେ, ଯେବେ ଆପଣ ବାରିପଦାର ଜଣେ ଯୁବ ଇଞ୍ଜିନିୟରଙ୍କୁ ଭେଟିବେ । ଦେଖନ୍ତୁ ଟେକ୍ନୋଲୋଜିର ବ୍ୟବହାର କରି, ଏହି ଯୁବ ଇଞ୍ଜିନିୟର କଣ ପ୍ରସ୍ତୁତ କରିଛନ୍ତି ।

poultry-barn

ଯୁଗ ବଦଳିବା ସହିତ ବଢିଛି ଟେକ୍ନୋଲୋଜି ବ୍ୟବହାର। ଏଭଳି କୌଣସି ଦିନ ନାହିଁ ଯେବେ ଆମେ ବିନା ଟେକ୍ନୋଲୋଜି ସାହାଯ୍ୟରେ ଜୀବନ ବିତାଉଛେ। ବୈଷୟିକ ଜ୍ଞାନ କୌଶଳ କେବଳ ଯେ କଠିନରୁ କଠିନ କାମକୁ ସହଜ କରିଦେଉଛି ତା ନୁହେଁ । କମ ସମୟରେ, କମ ମାନବ ସମ୍ବଳରେ ଅଧିକ ରୋଜଗାରର ରାସ୍ତା ଦେଖାଉଛି । ଯାହାର ଉଦାହରଣ ଏହି କୁକୁଡ଼ା ଫାର୍ମ । ଆଧୁନିକ ଜ୍ଞାନ କୌଶଳରେ ପରିଚାଳିତ ଏହି ଫାର୍ମର ମାଲିକ ହେଉଛନ୍ତି ବାରିପଦାର ଏହି ଯୁବ ଇଞ୍ଜିନିୟର୍ ଧୁର୍ଜଟି ଦାସ । ଯିଏ ବିଦେଶରୁ ଚାକିରୀ ଛାଡି ଏଠି ଏକ ଅତ୍ୟାଧୁନିକ କୁକୁଡା ଫାର୍ମ ଚଲାଉଛନ୍ତି।

POULTRY-FARM

ଇଞ୍ଜିନିୟରିଂ ପାଠ ପଢା ପରେ ଦକ୍ଷିଣ ଆଫ୍ରିକାର ଏକ କମ୍ପାନୀରେ ଧୁର୍ଜଟିଙ୍କ ଚାକିରୀ ହୋଇଯାଏ । ଯେଉଁଠି ତାଙ୍କର ମାସକୁ ପ୍ୟାକେଜ ଅଢେଇ ଲକ୍ଷ । ଭଲ ରୋଜଗାର ସତ୍ୱେ ଧୁର୍ଜଟିଙ୍କ ଇଚ୍ଛା ଥିଲା ବିଦେଶରେ ନୁହେଁ ନିଜ ମାଟିରେ କିଛି କରିବେ । ଆଉ ଏହି ଇଚ୍ଛା ହିଁ ତାଙ୍କୁ ଦିନେ ଟାଣି ଆଣିଲା ବାରିପଦା । ଏଠି ଧୁର୍ଜଟି ତିଆରି କରିଛନ୍ତି ଏକ ଅତ୍ୟାଧୁନିକ କୁକୁଡା ଫାର୍ମ । ଯାହା ଓଡିଶାରେ ପ୍ରଥମ ।

ଶୀତତାପ ନିୟନ୍ତ୍ରିତ ଏହି ଫାର୍ମଟି ସମୁର୍ଣ୍ଣ କମ୍ପ୍ୟୁଟର ମାଧ୍ୟମରେ ପରିଚାଳିତ। କୁକୁଡାଙ୍କୁ ପାଣି ଦେବାଠୁ ଆରମ୍ଭ କରି ଖାଦ୍ୟ, ଔଷଧ ଯୋଗାଇବା ପର‌୍ୟ୍ୟନ୍ତ ସବୁ କାମ ଅଟୋମେଟିକ ପଦ୍ଧତିରେ ହୋଇଥାଏ । ଗୋଟିଏ ସୁଇଜରେ କାମ ହୋଇଯାଉଥିବାରୁ ଅଧିକ ଲୋକଙ୍କ ବି ଆବଶ୍ୟକତା ହୁଏନି ।

POULTRY-FARM 2

ସାଧାରଣ ଫାର୍ମରେ କୁକୁଡା ବଡ଼ ହେବାକୁ ୪ରୁ ୫ ମାସ ସମୟ ଲାଗିଯାଏ । ହେଲେ ଏଠାରେ କୁକୁଡା ୩୨ରୁ ୩୫ ଦିନରେ ହିଁ ବଡ଼ ହେବା ସହ ବିକ୍ରି ଉପଯୋଗୀ ହେଇଯାଆନ୍ତି । କୁକୁଡା ଫାର୍ମରୁ ଧୁର୍ଜଟି ମାସିକ ୪ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ବଡ କଥା ଫାର୍ମ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ମଧ୍ୟ ରୋଜଗାରକ୍ଷମ ହୋଇ ପାରିଛନ୍ତି ।

କେବଳ ସେତିକି ନୁହେଁ ଧୁର୍ଜିଟ ଇଣ୍ଟିଗ୍ରେଟେଡ ଫାର୍ମିଂ ମଧ୍ୟ ଆରମ୍ଭ କରିଛନ୍ତି । ଯେଉଁଠି ସେ କଳାଧାନ, ଚେରୀ, ବିଲାତି ଓ କଦଳୀ ଆଦି ଚାଷ କରୁଛନ୍ତି । କୁକୁଡା ଫାର୍ମରୁ ବହାରୁଥିବା ବର୍ଜ୍ୟ ବସ୍ତୁକୁ ସାର ଭାବେ ବ୍ୟବହାର କରି ଧୁର୍ଜିଟ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହେଉଛନ୍ତି । ନିଜ ଜନ୍ମ ମାଟି ପ୍ରତି ଧୁର୍ଜିଟଙ୍କ ଏହି ଅବଦାନ ସତରେ ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.