Below header

ପ୍ରେମିକାକୁ ଗିପ୍ଟ ଦେବା ପାଇଁ ମାଲିକ ସୋରୁମ୍‌ରୁ ଗାଡ଼ି ଚୋରି କଲେ ଯୁବକ

ପ୍ରେମିକାକୁ ଗିପ୍ଟ ଦେବା ପାଇଁ ଯୁବକଙ୍କ ଅଜବ୍‌ ହରକତ୍‌ । ଯେଉଁ ଗାଡ଼ି ସୋରୁମ୍‌ରେ ରହି କାମ କରୁଥିଲେ ସେହି ସୋରୁମ୍‌ ଗାଡ଼ି ଚୋରି କଲେ ଯୁବକ । ଏଭଳି ଘଟଣା ଭୁବନେଶ୍ୱର ଚନ୍ଦକା ଥାନା ନିକଟରେ ଘଟିଛି । ସୋରୁମ୍‌ରୁ ଗାଡ଼ି ଚୋରି କରିଥିବା ଚୋରକୁ ବାନ୍ଧିଛି ପୋଲିସ ।

ଭୁବନେଶ୍ୱର : ପ୍ରେମିକାକୁ ଗିପ୍ଟ ଦେବା ପାଇଁ ଯୁବକଙ୍କ ଅଜବ୍‌ ହରକତ୍‌ । ଯେଉଁ ଗାଡ଼ି ସୋରୁମ୍‌ରେ ରହି କାମ କରୁଥିଲେ ସେହି ସୋରୁମ୍‌ ଗାଡ଼ି ଚୋରି କଲେ ଯୁବକ । ଏଭଳି ଘଟଣା ଭୁବନେଶ୍ୱର ଚନ୍ଦକା ଥାନା ନିକଟରେ ଘଟିଛି । ସୋରୁମ୍‌ରୁ ଗାଡ଼ି ଚୋରି କରିଥିବା ଚୋରକୁ ବାନ୍ଧିଛି ପୋଲିସ ।

ବିଶ୍ୱ ନାଥ ମାଈତି ନାମକ ଜଣେ ଯୁବକଙ୍କୁ ଏକ ଘରୋଇ ଗାଡି ଶୋ ରୁମ ମାଲିକ କିଛି ଦିନ ତଳେ ନିଜ ସ୍କୁଟି ଶୋରୁମରେ ନିଯୁକ୍ତି ଦେଇଥିଲେ l କାହିଁକି ନା ବିଶ୍ୱନାଥ ମାଈତି ଅସୁବିଧାରେ ଥିଲେ l ତାଙ୍କ ପରିବାର ଲୋକେ ଅର୍ଥ ଅଭାବରୁ ହଇରାଣ ହେଉଥିଲେ । ବିଶ୍ୱନାଥ ସୋରୁମ୍‌ ମାଲିକଙ୍କୁ ଏପରି କହି ଚାକିରିଟିଏ ଦେବାକୁ କହିଥିଲେ । ମାଲିକ ଦୟା ପ୍ରବଣ ହୋଇ ବିଶ୍ଵନାଥ ମାଇତିଙ୍କୁ ନିଜ ଗାଡି ଶୋରୁମରେ ନିଯୁକ୍ତି ଦେଇଥିଲେ l ହେଲେ କିଛି ଦିନ ତଳେ ବିଶ୍ଵନାଥଙ୍କୁ ନିଜ ପ୍ରେମିକାର ଖୁସି ପାଇଁ ତାଙ୍କୁ ଉପହାର ଦେବାକୁ ଚାହିଁଥିଲେ । ଗିଫ୍ଟ ଦେବା ପାଇଁ ଟଙ୍କାର ଆବଶ୍ୟକତା ପଡିଲା l ତେଣୁ ସେ ଶୋରୁମ ମାଲିକଙ୍କୁ ଚାଳିଶି ହଜାର ଟଙ୍କା ଧାର ମାଗିଲେ l ଏତେ ଗୁଡ଼ାଏ ଟଙ୍କା ଦେବା ପାଇଁ ମାଲିକ ଟିକେ ଅମଙ୍ଗ ହୋଇଥିଲେ l ଆଉ ବିଶ୍ୱନାଥଙ୍କୁ ଟଙ୍କା ଦେଇନଥିଲେ । ଏଥିରେ ରାଗିଯାଇଥିଲେ ବିଶ୍ୱନାଥ । ଆଉ ସେ ସୋରୁମ୍‌ରୁ ଚୋରି କରିବାକୁ ନିଷ୍ପତି ନେଇଥିଲେ ।

ତେଣୁ ବିଶ୍ଵନାଥ ସୁବିଧା ସୁଯୋଗ ଦେଖି ସୋରୁମରୁ ତିନୋଟି ଗାଡି ଚୋରାଇବାକୁ ପ୍ଲାନ୍‌ କରିଥିଲେ l ସେଥିପାଇଁ ସେ ଡୁପ୍ଲିକେଟ ଚାବି ଓ ତିନି ଜଣ ସହଯୋଗୀ ସାହାଯ୍ୟରେ ନେଇ ଯାଇଥିଲେ ତିନୋଟି ବ୍ୟାଟେରୀ ସ୍କୁଟି l ସୋରୁମ ମାଲିକ ଜାଣିନଥିଲେ କି ଗାଡି ବିଶ୍ୱନାଥ ଚୋରୀ କରିଥିଲେ ବୋଲି l ସେ କେବଳ ସୋରୁମ୍‌ରୁ ଗାଡି ଚୋରୀ ହୋଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ l ଗାଡି ମାଲିକଙ୍କ ଅଭିଯୋଗ ଆଧାରରେ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ l ଶେଷରେ ପୋଲିସ ପଚରାଉଚରା କରି ଜାଣିବାକୁ ପାଇଥିଲେ କି ବିଶ୍ଵନାଥ ମାଈତି ହିଁ ଗାଡି ଚୋରି କରିଛି l କିନ୍ତୁ କଣ ପାଇଁ ଚୋରି କରିଛି ସବୁ କଥା ପୋଲିସ ଆଗରେ ସ୍ୱୀକାର କରିଥିଲେ l ତେଣୁ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଥିଲେ l ତେବେ ମାଲିକ ଏକଥା ଜାଣିଲା ପରେ ଚିନ୍ତା କଲେ ଅପାତ୍ରରେ ଦାନ କରିବା ଉଚିତ ନୁହେଁ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.