କିସର ୩୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଗଲା କ୍ରୀଡ଼ାବୃତ୍ତି

ଭୁବନେଶ୍ବର (କେନ୍ୟୁଜ୍) : କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ୍ ସାଇନ୍ସ କିସର ୩୩ ଜଣ ଛାତ୍ରଛାତ୍ରୀଙ୍କୁ ସୋମବାର କ୍ରୀଡ଼ାବୃତ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କ୍ରୀଡ଼ାବିତଙ୍କୁ ୧୫ ଲକ୍ଷ ଟଙ୍କାର କ୍ରୀଡ଼ା ବୃତ୍ତି ପ୍ରଦାନ କରାଯାଇଥିଲା । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କିସର ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାବୃତ୍ତି ଓ ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବୁଧବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କୁ କିସ୍ ପରିସରରେ ସମ୍ବର୍ଦ୍ଧିତ କରିଥିଲେ । ଏହି ୩୩ ଜଣଙ୍କ ମଧ୍ୟରେ ରଗ୍ବୀ, ହକି, ତୀରନ୍ଦାଜୀ, ଖୋ ଖୋ, ଜୁଡୋ ଓ ବେସ୍ ବଲ୍ ଖେଳାଳି ଅନ୍ତର୍ଭୁକ୍ତ ।

ଡକ୍ଟର ସାମନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କିଟ୍ ଓ କିସ୍ରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅଭିଜ୍ଞ ତାଲିମଦାତାଙ୍କ ଯୋଗୁଁ ଆଜି କ୍ରୀଡ଼ା କ୍ଷେତ୍ରରେ କିଟ୍ ଓ କିସ୍ର ଛାତ୍ରଛାତ୍ରୀମାନେ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ୍ କରିପାରୁଛନ୍ତି । ଆଗାମୀ ଦିନରେ କିସ୍ ଓ କିଟ୍ର ଛାତ୍ରଛାତ୍ରୀମାନେ ଅଲିମ୍ପିକ୍ରେ ନିଶ୍ଚିତ ରୂପେ ସଫଳତା ହାସଲ୍ କରିପାରିବେ ବୋଲି ଡକ୍ଟର ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.