ଅନ୍ତିମ ଟି-୨୦ରେ ନ୍ୟୁଜିଲାଣ୍ଡ ଠାରୁ ୪ ରନରେ ହାରିଲା ଭାରତ, ୨-୧ରେ ସିରିଜ କବ୍‌ଜା କଲା କ୍ୱିଓ୍ଵି ଟିମ୍

ନ୍ୟୁଜିଲାଣ୍ଡ ମାଟିରେ ଟିମ ଇଣ୍ଡିଆର ଟି-୨୦  ସିରଜ ବିଜୟ ଆଶା ଧୂଳିସାତ୍‌ । ହାମିଲଟନ ସେଡାନପାର୍କର ଶେଷ ଦିନିକିଆରେ ବାଜି ମାରିଛି କ୍ୱିଓ୍ଵି ଟିମ୍‌ । ରୋମାଞ୍ଚକର ମ୍ୟାଚରେ ୪ ରନରେ ପରାସ୍ତ ହୋଇଛି । ଏଥିସହ ୩ ଟିକିଆ ସିରିଜକୁ ୨-୧ରେ କବ୍‌ଜା କରିଛି ନ୍ୟୁଜିଲାଣ୍ଡ । ୨୧୩ ରନ ଟାର୍ଗେଟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ୨୦୮ ରନ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ ହରାଇ ୨୧୨ ରନ୍‌ କରିଛି । ଦଳ ପକ୍ଷରୁ କୋଲିନ୍‌ ମୁନରୋ ସର୍ବାଧିକ ୭୨ ରନ୍‌ କରିଥିବା ବେଳେ ଟିମ୍‌ ସୈଫର୍ଟ ୪୩ ରନ୍‌ କରିଥିଲେ। ପ୍ରଥମରୁ ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଦୁଇ ଓପନର ମୁନରୋ ଓ ସୈଫର୍ଟ। ଦୁହେଁ ୮୦ ରନ୍‌ର ପାର୍ଟନରସିପ୍‌ କରିଥିଲେ। ଏହାପରେ ଓ୍ଵିଲିୟମସନ୍‌, ଗ୍ରାଣ୍ଡସହୋମ୍‌ ବି ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୨ଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.