Below header

କ୍ରିକେଟର ରୋହିତ ଶର୍ମାଙ୍କ ବ୍ୟତୀତ ୩ କ୍ରୀଡ଼ାବିତ ପାଇବେ “ରାଜୀବ ଗାନ୍ଧୀ ଖେଳରତ୍ନ” ପୁରସ୍କାର

କ୍ରୀଡା କ୍ଷେତ୍ରର ସର୍ବଶେଷ୍ଠ ସମ୍ମାନ “ରାଜୀଭ ଗାନ୍ଧୀ ଖେଳରତ୍ନ ପୁରସ୍କାର” ନେଇ ଆଜି ଦେଶର ଚାରି ଜଣ ଖେଳାଳିଙ୍କ ନାମ ସୁପାରିଶ ହୋଇଛି । ପୁରସ୍କାର ଚୟନ କମିଟି କ୍ରିକେଟର ରୋହିତ ଶର୍ମା, ଟେବଲ ଟେନିସ ଖେଳାଳି ମାନିକା ବାତ୍ରା, ରେସଲର ଭିନେଶ ଫୋଗତ, ପାରା ଅଲିମ୍ପିକ୍ସରେ ସ୍ଵର୍ଣ ବିଜେତା ମରିପ୍ପନ ଥାଙ୍ଗଭେଲୁଙ୍କ ନାଁ ରହିଛି । ମଙ୍ଗଳବାର ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଦ୍ୱାରା ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

rajibh gandhi

ଚଳିତ ବର୍ଷ ଏକା ସାଙ୍ଗରେ ୪ ଜଣଙ୍କୁ କ୍ରୀଡା ଜଗତର ସର୍ବୋଚ୍ଚ ସମ୍ମାନ ରାଜୀଭ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ । ୨୦୧୬ ମସିହା ପରେ ଚଳିତ ବର୍ଷ ଚାରିଜଣଙ୍କ ନାଁ ସୁପାରିଶ ହୋଇଥିବା ଜଣାଯାଇଛି । ରିପୋର୍ଟ ଅନୁଯାୟୀ ସଚିନ ତେନ୍ଦୁଲକର , ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ୪ର୍ଥ କ୍ରିକେଟର ଭାବେ ରୋହିତଙ୍କ ନାମ ସୁପାରିଶ ହୋଇଛି । କହିରଖିବା ଉଚିତ ହେବଯେ, ରୋହିତ ଶର୍ମା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଉପଧୀନାୟକ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.