ପିଏମ କେୟାର୍ସ ଫଣ୍ଡରୁ ଏନଡିଆରଏଫ୍‌କୁ ଟ୍ରାନ୍‌ସଫର ହେବନି ଟଙ୍କା, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ପିଏମ କେୟାର୍ସ ଫଣ୍ଡରୁ ଟଙ୍କା ଟ୍ରାନ୍‌ସଫର କରିବାର ଆବଶ୍ୟକତା ନାହିଁ । ଏ ସଂପର୍କିତ ଏକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ପିଏମ୍‌ କେୟାର୍ସ ଫଣ୍ଡ ଅଧୀନରେ ସଂଗ୍ରହ ହୋଇଥିବା ଟଙ୍କା ଏନଡିଆରଏଫ୍‌କୁ ଟ୍ରାନ୍‌ସଫର କରିବାର ଆବଶ୍ୟକତା ନାହିଁ । ଏଭଳି କରିବା ଆବଶ୍ୟକ ବୋଲି ଯଦି ସରକାର ନିଜେ ଅନୁଭବ କରିବେ, ତେବେ ଟ୍ରାନ୍‌ସଫର କରିପାରିବେ । ଏନଡିଆରଏଫ୍‌କୁ ଯେକୌଣସି ବ୍ୟକ୍ତି ଚାହିଁଲେ ସିଧାସଳଖ ଟଙ୍କା ଦେଇପାରିବେ ବୋଲି ଦେଶର ସର୍ବୋଚ ଅଦାଲତ ସ୍ପଷ୍ଟ କରିଛନ୍ତି । କହିରଖିବା ଉଚିତ ହେବଯେ, ଏକ ଏନଜିଓ ସଂସ୍ଥା ପକ୍ଷରୁ ଏନେଇ ଆବେଦନ ହୋଇଥିଲା ।

Fake accounts are stealing donations to the PM CARES Fund — Here's ...

କରୋନା ପାଇଁ ପିଏମ କେୟାର ଫଣ୍ଡଙ୍କୁ ମିଳିଥିବା ଟଙ୍କା ଏନଡିଆରଏଫ୍‌କୁ ଟ୍ରାନ୍‌ସଫର ପାଇଁ ନିର୍ଦ୍ଦେଶ ଦେବାକୁ ଉକ୍ତ ଆବେଦନ ପତ୍ରରେ ଦର୍ଶା ଯାଇଥିଲା । ଦେଶରେ ଜାରି ରହିଥିବା ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟକୁ ପିଏମ କେୟାର୍ସ ଫଣ୍ଡ ଉଲଂଘନ କରୁଥିବା ଆବେଦନକାରୀ କୋର୍ଟରେ ଯୁକ୍ତି ବାଢ଼ିଥିଲେ । ତେବେ ଏଘଟଣାରେ କୌଣସି ପ୍ରକାର ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ତିନି ଜଣିଙ୍କୁ ନେଇ ଗଠିତ ହୋଇଥିବା ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.