ଭୁବନେଶ୍ୱରରୁ ୨୨୦ ନୂଆ ପଜିଟିଭ ଚିହ୍ନଟ, ୮୪ ଲୋକାଲ କେଶ

ଆଜି ରାଜଧାନୀରୁ ୨୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୭୦୭କୁ ବୃଦ୍ଧି ପାଇଛି ।ଏଯାବତ ସହରରୁ ୩୬୯୦ ଜଣ ସୁସ୍ଥତା ଲାଭ କରିଥିବା ବେଳେ ୧୯୮୩ ଟି ଆକ୍ଟିଭ କେଶ ରହିଛି । ଏଯାବତ ୨୮ ଜଣଙ୍କର କରୋନା ଜନିତ କାରଣରୁ ମୃତ୍ୟୁ ହୋଇସାରିଲାଣି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୩୬ ଜଣ କ୍ଵାରେଣ୍ଟୀନ ସେଣ୍ଟରରେ ପୂର୍ବରୁ ଥିବା ବେଳେ ଅନ୍ୟ ମାନେ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 18th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Ztj9zZy8Tk— BMC (@bmcbbsr) August 18, 2020
ଏମଧ୍ୟରୁ ୧୩୪ ଜଣ ପୂର୍ବ ସଂକ୍ରମିତଙ୍କ କଣ୍ଟକଟରେ ଆସି ସଂକ୍ରମିତ ହୋଇଥିବା ନେଇ ବିଏମସି ତରଫରୁ ଜାରି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଯେବେକି ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୧୨୩ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।