Below header

ପଢ଼ା ପାଇଁ ଛୋଟ ଝିଅ ହାତ ଯୋଡ଼ି କଲେ ସହାୟତାର ଗୁହାରି, ସାହାଯ୍ୟ କରିବା ପାଇଁ ପୁଣି ଆଗେଇ ଆସିଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ :  ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ସହାୟତା କଥା କାହାକୁ ବା ଅଜଣା । କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ କଥା ହେଉ ବା ବିଦେଶରେ ଫସି ରହିଥିବା ଦେଶବାସୀଙ୍କ କଥା । ସେ ସମସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇ ନିଜ ନିଜ ଘରକୁ ଫେରାଇ ଆଣିବାରେ ଦେବଦୂତ ସାଜିଥିଲେ । ଖାଲି ସେତିକି ନୁହେଁ କାହାକୁ ଟ୍ରାକ୍ଟର ତ କାହାକୁ ଅନ୍ୟ କିଛି ସାହାଯ୍ୟ କରି ସେ ଦେଶବାସୀଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ।

sonu sood

ଏବେ ଦୁଇଜଣ ଛୋଟ ପିଲା ସୋନୁ ସୁଦ୍‌ଙ୍କ ମନ ଜିତି ଯାଇଛନ୍ତି । ଏହି ୮/୧୦ ବର୍ଷର ଦୁଇଟି ଝିଅ ସ୍କୁଲ୍‌ରେ ଆଡମିଶନ୍‌ ପାଇଁ ସୋନୁ ସୁଦଙ୍କୁ ହାତ ଯୋଡି ଗୁହାରି କରିଥିବାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ସୋନୁ ସେମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ସୋନୁ ସେମାନଙ୍କ ସ୍କୁଲରେ ଆଡମିସନ୍‌ ମଧ୍ୟ କରିଦେଇଛନ୍ତି । ଝିଅ ଦୁଇଟି ଭିଡିଓରେ ହାତ ଯୋଡ଼ି ଗୁହାରି କରୁଥିବାର ଦେଖାଯାଇଥିଲା ।

 

ଝିଅର ବାପା ସୋନୁଙ୍କ ପାଖକୁ ନିଜର ଘରର ଅବସ୍ଥା ବହୁତ ଖରାପ ବୋଲି ଲେଖିବା ସହ ଝିଅର ପଢ଼ା ପାଇଁ ସହାୟତାର ହାତ ବଢ଼ାଇଥିଲେ । ସୋନୁଙ୍କ ନଜରକୁ ଏହା ଆସିବା ପରେ ସେ ପିଲା ଦୁଇଜଣଙ୍କର ଆଡମିସନ୍‌ କରିଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.