Below header

RJଙ୍କ ଏହି ପ୍ରଶ୍ନ ଶୁଣି ଭଡ଼କି ଗଲେ ଅର୍ଜୁନ କପୁର, ରାଗରେ ନିଆଁ ବାଣ ହୋଇ ବଜାଇଦେଲେ ଚାପୁଡ଼ା; ଦେଖନ୍ତୁ ଭିଡିଓ

ନିକଟରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କର ଏକ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଅର୍ଜୁନ୍‌ କପୁର ରିପୋର୍ଟରଙ୍କ ଏକ ପ୍ରଶ୍ନ ଶୁଣି ଏତେ ରାଗି ଯାଇଛନ୍ତି ଯେ ତାଙ୍କୁ ଏକ ଚାପୁଡ଼ା ମାରିଥିବା ଦେଖାଯାଇଛି। କେବଳ ସେତିକିରେ ତାଙ୍କ ରାଗ ଥମିନି। ଏହା ପରେ ସେ କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ଅର୍ଜୁନ କପୁରଙ୍କର ଏହି ଭିଡିଓଟି ବହୁତ ପୁରୁଣା ଯାହା ଏବେ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଆରଜେ ଅର୍ଜୁନ କପୁରଙ୍କୁ ପଚାରୁଛନ୍ତି ‘ଅର୍ଜୁନ୍‌ ମାର୍କେଟରେ କ୍ୟାରେକ୍ଟର ବ୍ୟାରେକ୍ଟର ସରିଗଲାଣି କି, ତୁମେ ଆଜିକାଲି ଝିଅ ଭୂମିକାରେ ଆସୁଛ ଯେ’।

 

View this post on Instagram

 

😜👋

A post shared by Bollywood 1M💙 (@lnbollywood) on

ଆରଜେଙ୍କ ଏହି କଥା ଶୁଣି ଅର୍ଜୁନ କପୁର ରାଗିଯାଉଛନ୍ତି ଓ ତାଙ୍କୁ ଚାପୁଡ଼ା ମାରୁଛନ୍ତି। ଭିଡିଓରେ ସେ ରାଗିଯାଇ କହୁଛନ୍ତି ଇଏ କେମିତିକା ପ୍ରଶ୍ନ, କ୍ୟାମେରା ବନ୍ଦ କର, ବନ୍ଦ କର କ୍ୟାମେରା। ଭିଡିଓରେ ଦେଖାଯାଇଛି ଅର୍ଜୁନ୍‌ ଏତେ ରାଗିଯାଇଛନ୍ତି ଯେ କ୍ୟାମେରା ବି ଭାଙ୍ଗି ଦେଉଛନ୍ତି। ଭିଡିଓକୁ ‘ଇନ୍‌ ବଲିଉଡ’ର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରାଯାଇଛି।

ଅର୍ଜୁନ କପୁରଙ୍କ ଏହି ଭିଡିଓକୁ ଦେଖି ଫ୍ୟାନ୍‌ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକମାନେ ଅର୍ଜୁନଙ୍କ ଏହି ଭିଡିଓରେ ଖୁବ୍‌ କମେଣ୍ଟ କରୁଛନ୍ତି ଓ ନିଜ ପ୍ରତିକ୍ରିୟା ଦେଉଛନ୍ତି। ତେବେ କାମ କଥା କହିବା ତ ଅର୍ଜୁନ କପୁରଙ୍କୁ ଶେଷ ଥର ଫିଲ୍ମ ‘ପାନିପତ୍‌’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହ ସଞ୍ଜୟ ଦତ୍ତ ଓ କୃତି ସନନ ବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.