ନର୍ମାଲ ପାସ୍ତା ଖାଇ ଖାଇ ବୋର ହୋଇଗଲେଣି ନା, ଆଜି ହିଁ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ମାର୍କେଟ ଭଳି ସ୍ୱାଦିଷ୍ଟ ହ୍ୱାଇଟ ସସ ପାସ୍ତା

ଆବଶ୍ୟକୀୟ ସାମଗ୍ରୀ

  • ପାସ୍ତା
  • କ୍ଷୀର
  • ମଇଦା ଅଳ୍ପ
  • ବଟର
  • କର୍ଣ୍ଣ
  • ପିଆଜ
  • କ୍ୟାପ୍ସିକମ
  • ଗୋଲମରିଚ ଗୁଣ୍ଡ
  • ଲୁଣ

White Sauce Pasta Without Cheese Restaurant Style Alfredo Pasta by ...

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନରେ ଅଳ୍ପ ପାଣି ଗରମ କରି ସେଥିରେ ପ୍ରଥମେ ପାସ୍ତା ପକାଇ ସିଝାଇ କାଢି ଦିଅନ୍ତୁ । ବର୍ତ୍ତମାନ ଆଉ ଏକ ପ୍ୟାନରେ ଅଳ୍ପ ତେଲ ଗରମ କରି ସେଥିରେ କର୍ଣ୍ଣ, ପିଆଜ ଓ କ୍ୟାପ୍ସିକମକୁ ପକାଇ ଭଲଭାବେ ଭାଜି ଦିଅନ୍ତୁ । ଏହା ଭାଜି ହୋଇଗଲା ପରେ ତାକୁ କାଢି ସେଥିରେ ପ୍ରଥମେ ବଟର ଗରମ କରନ୍ତୁ । ତାପରେ ସେଥିରେ ଅଳ୍ପ ମଇଦା ପକାଇ ଭାଜନ୍ତୁ । ଟିକିଏ ଭାଜି ହୋଇଗଲା ପରେ ସେଥିରେ କ୍ଷୀର ପକାଇ ଦିଅନ୍ତୁ । ତାପରେ ଏହାକୁ ଗ୍ରେଭି ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ବର୍ତ୍ତମାନ ଏଥିରେ ଭାଜି ରଖିଥିବା ପିଆଜ, କ୍ୟାପ୍ସିକମ ଓ କର୍ଣ୍ଣକୁ ପକାଇ ଗୋଳାଇ ଦିଅନ୍ତୁ । ତାପରେ ଏଥିରେ ପାସ୍ତା ଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଭଲଭାବେ ମିକସ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ହ୍ୱାଇଟ ସସ ପାସ୍ତା । ବର୍ତ୍ତମାନ ଆପଣ ଗରମ ଗରମ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.