Below header

ଏସିଆ କପର ଆଜି ଗ୍ରାଣ୍ଡ ଫିନାଲେ, ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ

ଦୁବାଇ(କେନ୍ଯୁଜ୍) : ଆଜି ଏସିଆ କପର ଗ୍ରାଣ୍ଡ ଫିନାଲେ । ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ସାତ ଥର ଚାମ୍ପିଅନ ହେବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଫାଇନାଲରେ ଜିତିବାକୁ ହେଲେ ଟିମ ଇଣ୍ଡିଆକୁ ଅଧିକ ପରିଶ୍ରମ କରିବାକୁ ପଡିବ । ପ୍ରଥମ ମ୍ୟାଚରେ ହଂକଂ ଠାରୁ ଝଟକା ପାଇଥିବା ମେନ ଇନ ବ୍ଲୁ ସୁପର ଫୋର ମୁକାବିଲାରେ ଆଫଗାନିସ୍ତାନ ସହ ମ୍ୟାଚ ଟାଇ ରଖିଥିଲା । ତେବେ ପାକିସ୍ତାନ ବିରୋଧରେ ଦୁଇ ଦୁଇଥର ବିଜୟ ହୋଇ ଦଳ ନିଜର ଟାଲେଣ୍ଟ ସୋ କରିଛି ।

ind-vs-ban

ତେବେ ଫାଇନାଲରେ ବାଂଲାଦେଶ ସହ ମୁକାବିଲା ହେବ । ସିରିଜରେ ଦମଦାର ଫର୍ମରେ ଅଛି ବାଂଲା ବାହିନୀ । ଦଳର ବ୍ୟାଟିଂ ଓ ସ୍ପିନ ବୋଲିଂ ବେଶ ଭଲ ଅଛି । ତେବେ ଷ୍ଟାର ବ୍ୟାଟ୍ସମ୍ୟାନ ଇକବାଲ ତମିମ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ସେହିପରି ଅଲରାଉଣ୍ଡର ସାକିବ-ଅଲ-ହାସନ ମଧ୍ୟ ଆହତ ହୋଇ ଦଳରେ ନାହାନ୍ତି । ତେଣୁ ଏମାନଙ୍କ ଅନୁପସ୍ଥିତିର ଫାଇଦା ଭାରତୀୟ ଟିମ ନେଇ ପାରିବ କି ନାହିଁ । ଏସିଆ କପ ଟ୍ରଫିକୁ ନିଜ ନାଁରେ କରିପାରିବ କି ନାହିଁ, ତାହା ଆଜି ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.