Below header

ବାଜି ମାରିଲା ଅଷ୍ଟ୍ରେଲିଆ, ୪୮ରନରେ ହାରିଲା ବାଂଲାଦେଶ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପରେ ୨୬ତମ ମ୍ୟାଚର ଆଜି ଇଂଲଣ୍ଡର ଟ୍ରେଣ୍ଟବ୍ରିଜ୍ ଷ୍ଟାଡିୟମରେ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିଲା। ଖେଳାଳିମାନେ ରନ୍ ଉପରେ ରନ୍ ବର୍ଷା କରିଥିଲେ। ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଥିବା ବେଳେ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୮୧ ରନ୍ ସଂଗ୍ରହ କରିଥିଲା। ଫଳରେ ବାଂଲାଦେଶକୁ ବିଜୟ ପାଇଁ ୩୮୨ ରନ୍ ଟାର୍ଗେଟ ମିଳିଥିଲା।

ପ୍ରଥମ ଇଂନିସ୍ ପରେ ଖେଳିବାକୁ ଆସିଥିବା ବାଂଲାଦେଶର ପଥମ ୱିକେଟ ୧୦ରନରେ ଚାଲିଯାଇଥିଲା। ଫଳରେ କିଛି ସମୟ ପାଇଁ ଟିମ୍ ଦୋହଲିଯାଇଥିଲା। ତେକେ ଅଷ୍ଟ୍ରେଲିଆ ଦ୍ବାରା ରନର ପ୍ରତିଉତ୍ତରରେ ବାଂଲାଦେଶ ୫୦ଓଭରରେ ୮ୱିକେଟ ହରାଇ ହାସଲ କରିଥିଲା ୩୩୩ରନ। ବହୁ ଚେଷ୍ଟା ପରେ ମଧ୍ୟ ବିଜୟର ସ୍ବାଦ ଚାଖି ପାରିନଥିଲା ବାଂଲାଦେଶ। ବାଂଲାଦେଶକୁ ବିଜୟ ପାଇଁ ୩୮୨ ରନ୍ ଟାର୍ଗେଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.