Below header

ବାଘକୁ ମାତ୍ ଦେଲା କଙ୍ଗାରୁ, ତିନି ଦିନରେ ହାତେଇ ନେଲା ପ୍ରଥମ ଟେଷ୍ଟ ମ୍ଯାଚ୍

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ ବାହିନୀ ଲଜ୍ଜାଜନକ ସ୍କୋର କରିଥିଲା । ବିରାଟ ବାହିନୀ ଦ୍ବିତୀୟ ଇନିଂସରେ ୩୬ ରନ୍ କରିଥିଲା। ଯାହାର ପିଛା କରି ଅଷ୍ଟ୍ରେଲିଆ ଦୁଇଟି ୱିକେଟ ହରାଇ ପ୍ରଥମ ଟେଷ୍ଟ ମ୍ଯାଚ ଜିତିସାରିଛି। କଙ୍ଗାରୁ ଟିମ୍ ୨୧ ଓଭରରେ ୯୩ ରନ୍ କରି ମ୍ଯାଚ ହାତେଇ ସାରିଛି।

ଦ୍ବିତୀୟ ଇନିଂସରେ ଟିମ୍ ଇଣ୍ଡିଆର ମାତ୍ର ୧୯ ରନରେ ୬ଜଣ ଖେଳାଳି ଆଉଟ ହୋଇଯାଇଥିଲେ । ସେହିପରି ୩୧ ରନରେ ତିନୋଟି ଓ୍ୱିକେଟ୍ ହରାଇଥିଲା ଦଳ । ପରେ ୩୬ ରନରେ ମହମ୍ମଦ ସାମି ରିଟାୟର ହର୍ଟ ହେବା ପରେ ଦଳ ଅଟକି ଯାଇଥିଲା ।

ଭାରତର ଟେଷ୍ଟ ମ୍ୟାଚରେ ସବୁଠାରୁ କମ୍ ସ୍କୋର ଥିଲା ୪୨ । ୧୯୭୪ରେ ଲର୍ଡସରେ ଦଳ ଇଂଲଣ୍ଡ ବିପକ୍ଷରେ ଏହି ରନ୍ କରିଥିଲା । ଟେଷ୍ଟ୍ ଇତିହାସରେ ସବୁଠାରୁ କମ୍ ସ୍କୋର ନ୍ୟୁଜିଲାଣ୍ଡ ନାମରେ ରହିଛି । ଦଳ ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ୨୬ ରନ୍ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ଦୁଇଥର ୩୦ ରନରେ ଅଲଆଉଟ୍ ହୋଇଛି । ଦଳ ୩୫ ଓ ୩୬ରନରେ ବି ଅଲଆଉଟ୍ ହୋଇଛି । ସେହିପରି ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚରେ ସର୍ବନିମ୍ନ ସ୍କୋର ହେଉଛି ୩୬ । ଏହାପରେ ଦଳ ୪୨ ରନରେ ବି ଅଲଆଉଟ୍ ହୋଇଛି ।

SCORE BOARD

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.