Below header

ନ୍ୟୁଜିଲାଣ୍ଡକୁ ଝାଡ଼ି ଦେଲେ ଅକ୍ଷର ପଟେଲ, ପ୍ରଥମ ପାଳିରେ ଭାରତ ଆଗୁଆ

କାନପୁର : ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଘରୋଇ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଅଲଆଉଟ୍‌ କରି ତାର ଦ୍ୱିତୀୟ ପାଳି ଆରମ୍ଭ କରିଛି । ନ୍ୟୁଜିଲାଣ୍ଡକୁ ୨୯୬ ରନ୍‌ରେ ଆଉଟ୍‌ କରି ପ୍ରଥମ ପାଳିରେ ଭାରତ ୪୯ ରନ୍‌ରେ ଆଗୁଆ ରହିଥିଲା । ଏହାପରେ ଦ୍ୱିତୀୟ ପାଳିରେ ଗୋଟିଏ ଓ୍ଵିକେଟ୍‌ ହରାଇ ୧୪ ରନ୍‌ କରିଛି । ବର୍ତ୍ତମାନ ମୋଟ ୬୩ ରନ୍‌ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ ।

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌ରେ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା । ଦୁଇ ଓପନର ୧୫୧ ରନ୍‌ ର ଭାଗିଦାରୀ କରିଥିଲେ । ତେବେ ଆଜି ଦିନଟି ଥିଲା ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କର । ସେ ଭ୍ରମଣକାରୀ ଦଳର ୫ଟି ଓ୍ଵିକେଟ୍‌ ଝାଡ଼ି ଦେଇଥିଲେ । ଆଉ ୩ଟି ଓ୍ଵିକେଟ୍‌ ମିଳିଥିଲା ଭେଟେରାନ୍‌ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ଙ୍କୁ । ନ୍ୟୁଜିଲାଣ୍ଡ ଓପ୍ନର ଲଥାମ ସର୍ବାଧିକ ୯୫ ଏବଂ ୟଙ୍ଗ ୮୯ ରନ୍‌ କରିଥିଲେ । ହେଲେ ଏହା ପରେ ଆରମ୍ଭ ହୋଇ ଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୧୪୫ ରନ୍‌ ଭିତରେ ପଡ଼ି ଯାଇଥିଲା ୧୦ଟି ଯାକ ଓ୍ଵିକେଟ୍‌ ।

ପଟେଲ ୬୨ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ଏପର୍ଯ୍ୟନ୍ତ ସେ ମାତ୍ର ୪ଟି ଟେଷ୍ଟ ଖେଳିଛନ୍ତି ହେଲେ ପଞ୍ଚମ ଥର ପାଇଁ ଗୋଟିଏ ପାଳିରେ ୫ ଓ୍ଵିକେଟ୍‌ ନେଇଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ । ନିଜ ପ୍ରଥମ ମ୍ୟାଚ୍‌ରେ ଅକ୍ଷର ପଟେଲ ନେଇଥିଲେ ୭ ଓ୍ଵିକେଟ୍‌ ।

SCORE-1

 

SCORE-2

SCORE-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.