ITDAର କୋଟିପତି ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ ଦାସ ଗିରଫ, ମିଳିଛି ୨କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ବାରିପଦା ITDAର କୋଟିପତି ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ ଦାସ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ ଚଢଉ ପରେ ମିଳିଛି ୨କୋଟି ୮୦ ଲକ୍ଷ ୫୬ ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି । ଯାହାକି ତାଙ୍କ ଆୟର ୨୪୫ ପ୍ରତିଶତ ଅଧିକ । ସନ୍ତୋଷଙ୍କ ଘରୁ ଚଢ଼ାଉ ବେଳେ ୪୧ ଲକ୍ଷ ୭୭ ହଜାର ନଗଦ ଟଙ୍କା ମିଳିଥିଲା । ଏଥିସହ ଅଧକିଲୋରୁ ଅଧିକ ସୁନା ଗହଣା ଜବତ କରିଥିଲା ଭିଜିଲାନ୍ସ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସନ୍ତୋଷଙ୍କ ବାରିପଦା ସ୍ଥିତ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିଲା । ଦୁଇ ଦିନ ଧରି ତାଙ୍କର ସମ୍ପତ୍ତିର ହିସାବ ନିକାଶ ଜାରି ରହିଥିଲା । ଭୁବନେଶ୍ୱର ବଡଗଡ଼ରେ ଗୋଟିଏ ୪ ମହଲା ଘର, କଳିଙ୍ଗ ବିହାରରେ ନିର୍ମାଣାଧୀନ କୋଠା ଓ ଶୈଳଶ୍ରୀବିହାରରେ ଫ୍ଲାଟ ଅଛି । ବାଲେଶ୍ୱରରେ ବି ୪ ମହଲା କୋଠା ଓ ୩ଟି ପ୍ଲଟ ଠାବ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.