ଅନୁଗୁଳ: ପ୍ରଥମାଷ୍ଟମୀ ପଡିଗଲା ଫିକା, ଟ୍ରକ ଧକ୍କାରେ ଗୋଟିଏ ପରିବାର ଜଣେ ମୃତ ୨ ଗୁରୁତର

ଅନୁଗୁଳ(କେନ୍ୟୁଜ୍):ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ କାଲଟାକ୍ସ ଛକଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି l ସୂଚନା ଅନୁସାରେ  ଅନୁଗୋଳ ଜିଲ୍ଲା କଲେଜ ଛକ ଅଞ୍ଚଳର ଲିଲି ଦାସ(୩୦) ନାମକ ମହିଳା ତାଙ୍କ ସ୍ଵାମୀ ଓ ଛୋଟ ଛୁଆଙ୍କୁ ଧରି ନିଜ ଭଉଣୀ ଘର ନାଲକୋ କାଣ୍ଡସରଙ୍କୁ ଯାଉଥିଲେ।  ତୁରଙ୍ଗ ଗ୍ରାମ କାଲଟାକ୍ସ ଛକ ନିକଟରେ ସ୍କୁଟିଟି ଠିଆ ହୋଇଥିବା ବେଳେ ପଛପଟୁ (OD 35 D 0569) ଏକ ୧୪ ଚକିଆ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଯାହା ଫଳରେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଭାବେ ଉଦ୍ଧାର କରି ତାଙ୍କ ସ୍ଵାମୀ ରମେଶ ଚନ୍ଦ୍ର ଦାସ(୩୫),ଓ ୪ବର୍ଷର ଛୋଟ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି।ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ଅନୁଗୋଳ ପୋଲିସ ଜିମାରେ ଦେଇଛନ୍ତି। ଅନୁଗୋଳ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.