Below header

ଭାଇରାଲ ଭିଡ଼ିଓ : ମହିଳାଙ୍କ ବାଲକୋନୀରେ ବସିଥିଲା ଭାଲୁ , ମହିଳାଙ୍କ କଥାରେ ଯାହା କଲା ଭାଲୁ ଦେଖିଲେ ମୁଣ୍ଡ ଘୁରିଯିବ

ବେଳେ ବେଳେ ଏମିତି ଘଟଣା ଘଟିଯାଏ ଯାହାକୁ ଦେଖିଲେ ଯେକେହି ଚକିତ ହୋଇଯିବେ । ଧରି ନିଅନ୍ତୁ ଆପଣଙ୍କ ଘରକୁ ହଠାତ୍‌ ଭାଲୁ ପଶି ଆସିବ । କ’ଣ କରିବେ ଆପଣ ? ହୁଏତ ଡରିଯାଇ କବାଟ ଦେଇଦେବେ । କିମ୍ବା ବାଡ଼ି ଧରି ଘଉଡାଇବାକୁ ଚେଷ୍ଟା କରିବେ । ହେଲେ ମହିଳାଙ୍କ ବାଲକୋନୀକୁ ଗୋଟିଏ ଭାଲୁ ପଶି ଆସିବା ପରେ ମହିଳା ଜଣକ କ’ଣ କରିଛନ୍ତି ଜାଣନ୍ତି କି ? ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ । ଦେଖିଲେ ଆପଣଙ୍କ ମୁଣ୍ଡ ଘୁରିଯିବ ।

ଭାଲୁଟି, ଜଣେ ମହିଳାଙ୍କ ଘର ବାଲକୋନୀକୁ ପଶି ଆସିବା ପରେ ମହିଳା ଜଣକ ତାକୁ ବିନମ୍ରତାର ସହ ଫେରି ଯିବାକୁ କହିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ଘରର କବାଟକୁ ମଧ୍ୟ ବନ୍ଦ କରିଦେଇ ଯିବାକୁ କହିଛନ୍ତି । ଭାଲୁଟି ମହିଳାଙ୍କୁ କିଛି କ୍ଷଣ ପାଇଁ ଦେଖୁଥିବାର ଦେଖାଯାଇଛି ।

ପୁଣି ନିଜ ପାଟିରେ କବାଟ ହାଣ୍ଡେଲକୁ କାମୁଡି ଘରର ଦ୍ୱାର ବନ୍ଦ କରିବାକୁ ଚେଷ୍ଟା କରୁଛି । କବାଟ ଅଧା ବନ୍ଦ କରିବା ପରେ ଭାଲୁଟି ଚାଲିଯିବାକୁ ଚାହୁଁଛି । ହେଲେ ମହିଳ ଜଣକ ତାକୁ ପୁଣି କବାଟ ବନ୍ଦ କରି ଦେଇ ଯିବାକୁ କହୁଛନ୍ତି । ଭାଲୁଟି ପୁଣି କବାଟର ହ୍ୟାଣ୍ଡେଲ କାମୁଡ଼ି କବାଟକୁ ପୁରା ବନ୍ଦ କରି ଚାଲିଯାଉଛି ।

video credit : susan kehoe

ସାଧାରଣତଃ ଗୃହ ପାଳିତ ପଶୁ କଥା ମାନିବାର ଦେଖାଯାଇଥାଏ । ହେଲେ ଗୋଟିଏ ହିଂସ୍ର ପଶୁ ଯେ ମହିଳାଙ୍କ କଥାକୁ ମାନି ଏପରି କରିଥିବା ସମସ୍ତଙ୍କୁ ଚକିତ କରିଛି । ଭାଲୁଟି ମହିଳାଙ୍କୁ ଆକ୍ରମଣ କରିବା ପରିବର୍ତ୍ତେ ଘରର କବାଟ ବନ୍ଦ କରି ଚାଲିଯାଉଥିବାର ଦେଖାଯାଇଛି । ଭାଲୁଟି ମହିଳାଙ୍କ କଥାରୁ କ’ଣ ବୁଝିଲା କେଜାଣି ତା’ର ଏହି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି ।

ୟୁଟୁବ ରେ ଏହି ଭିଡ଼ିଓକୁ ୯୨ ହଜାର ଭ୍ୟୁଜ ମିଳିସାରିଲାଣି । ବହୁ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି ଯେ ଏହି ଭାଲୁ ବହୁତ ଆଜ୍ଞାକାରୀ । ମହିଳାଙ୍କ କଥା ଶୁଣି ଚୁପଚାପ୍‌ ଚାଲିଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.