ସ୍ତ୍ରୀର କିଡନୀ ବିକିବାକୁ ଜିଦ୍‌ ଧରି ବସିଛି ସ୍ୱାମୀ, କାରଣ ଶୁଣିଲେ ଅବାକ୍‌ ହୋଇଯିବେ

ନିଜ ଋଣ ସୁଝିବାକୁ ପତ୍ନୀର କିଡନୀ ବିକ୍ରି କରିବାକୁ ଯୋଜନା କରୁଥିଲା ସ୍ୱାମୀ। କିନ୍ତୁ ସ୍ତ୍ରୀ ମନା କରି ଦେଲା। ଫଳରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଛି ପିଶାଚ ସ୍ୱାମୀ। ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କେରଳର ତିରୁଭନନ୍ତପୁରମ୍‌ଠାରେ। ଏଠାରେ ଜଣେ ସ୍ୱାମୀ ନିଜ କରଜ ସୁଝିବାକୁ ସ୍ତ୍ରୀର କିଡନୀକୁ ବନ୍ଧା ପକାଇ ଦେଇଥିଲା। କିନ୍ତୁ ଏ ନେଇ ସ୍ତ୍ରୀ ଜାଣିବା ପରେ ରୋକ୍‌ ଠୋକ୍‌ ମନା କରି ଦେଇଥିଲା। ଫଳରେ ସ୍ୱାମୀର ମୁଣ୍ଡକୁ ରାଗ ଚଢ଼ିଯାଇଥିଲା। ସେ ରାଗରେ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା। ସ୍ୱାମୀ ଏଭଳି ମାରିବାକୁ ଉଦ୍ୟମ କରିବାରୁ ସ୍ତ୍ରୀ ଏ ନେଇ ଥାନାରେ ଅଭିଯୋଗ କରିଛି। ଫଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଏ ମାମଲାରେ ସ୍ୱାମୀ କହିଛି ଯେ ମୋ ସ୍ତ୍ରୀ ମୋତେ ସାହାଯ୍ୟ କରିବାକୁ ମନା କରିବାକୁ ତାକୁ ମୁଁ ପିଟିଲି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସ୍ୱାମୀ ଉପରେ ୪ ଲକ୍ଷ ଟଙ୍କାର କରଜ ଥିଲା। ବହୁ ଚେଷ୍ଟା ପରେ ବି ସେ ଋଣ ସୁଝିବାରେ ସମର୍ଥ ହୋଇନଥିଲା। ଏଣୁ ସେ ସ୍ତ୍ରୀର କିଡନୀ ବିକ୍ରି କରିବାକୁ ଯୋଜନା କରିଥିଲା। ଏଥିପାଇଁ ସେ ଏକ ଦଲାଲ ସହ କଥାବାର୍ତ୍ତା ହୋଇଥିଲା। ଏହି ଦଲାଲ ତାଙ୍କୁ କିଡନୀ ପାଇଁ ୯ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରିଥିଲା। ପରେ ଅଭିଯୁକ୍ତ ଏ ନେଇ ସ୍ତ୍ରୀକୁ କହିଥିଲା ଓ କେତେକ ମେଡିକାଲ ଟେଷ୍ଟ କରିବାକୁ କହିଥିଲା। କିନ୍ତୁ ସ୍ତ୍ରୀ ନିଜ କିଡନୀ ଦେବାକୁ ରାଜି ହୋଇ ନଥିଲା। ଫଳରେ ସ୍ୱାମୀ ରାଗିଯାଇ ତାକୁ ପ୍ରବଳ ମାଡ଼ ମାରିଥିଲା। ଋଣ ସୁଝିବାରେ ସ୍ତ୍ରୀ ସାହାଯ୍ୟ କରୁନାହିଁ ବୋଲି ଆରୋପ ଲଗାଇ ସ୍ତ୍ରୀକୁ ମାରଧର କରୁଛି ସ୍ୱାମୀ।

ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସ୍ତ୍ରୀ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲା। ସ୍ତ୍ରୀ ଠାରୁ ସମସ୍ତ କଥା ଶୁଣିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଏଥିସହ କିଡନୀ ଦଲାଲୀ କରୁଥିବା ଦଲାଲକୁ ଧରିବାକୁ ମଧ୍ୟ ପୋଲିସ ଏକ ଟିମ୍‌ ନିୟୋଜିତ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.