Below header

ଭାରତ ଠାରୁ ମ୍ୟାଚ୍‌ ଛଡାଇ ନେଲେ ହସନ ମିରାଜ, ୧ ଓ୍ଵିକେଟରେ ପ୍ରଥମ ଦିନିକିଆ ଜିତିଲା ବାଂଲାଦେଶ

ବାଂଲାଦେଶର ଢାକାରେ ଚାଲିଥିବା ପ୍ରଥମ ଦିନିକିଆକୁ ୧ ଓ୍ଵିକେଟରେ ଜିତିନେଇଛି ବାଂଲାଦେଶ । ୬ ଓଭରରେ ମ୍ୟାଚ୍‌ ଜିତିନେଲା ବାଂଲାଦେଶ । ୫ ଓଭର ଥାଇ ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତିନେଇଛି ବାଂଲାଦେଶ ।
ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଫଳରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୮୬ ରନରେ ଅଲ୍ଆଉଟ୍ ହୋଇଥିଲା ମେନ୍ ଇନ୍ ବ୍ଲୁ । ୪୧ ଓଭର ୨ଟି ବଲ୍ ଖେଳି ଅଲ୍ଆଉଟ୍ ହୋଇଯାଇଥିଲା ରୋହିତ ବାହିନୀ ।

ଭାରତ ଦେଇଥିବା ୧୮୭ ରନର ଟାର୍ଗେଟକୁ ପୂରଣ କରିବା ପାଇଁ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ ଟିମ୍‌। ପ୍ରଥମ ଓଭରରେ ଦୀପକ ଚହରଙ୍କ ବଲରେ ଆଉଟ୍‌ ହୋଇଥିଲେ ସାଣ୍ଟୋ । ଟିମର ସ୍କୋର ୨୬ ଥିବା ବେଳେ ଦ୍ୱିତୀୟ ଓ୍ଵିକେଟ ପଡିଥିଲା। ବାଂଲାଦେଶର ଅଧିନାୟକ ଲିଟନ ଦାସ ୪୧ ରନ୍‌ କରି ସିରାଜଙ୍କ ବଲର ଶିକାର ହୋଇଥିଲେ। ସେହିପରି ଅନାମୁଲ ହକ୍‌ ୧୪ ରନ, ସକିବ ଅଲ୍‌ ହସନ ୨୯ ରନ, ରହିମ ୧୮ ରନ, ମହମୁଦୁଲ୍ଲା ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ । ସେହିପରି ହୋସନ ୬ ରନ୍‌ ଏବାଦତ ୦, ମେହମୁଦ ୦ ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି, କୁଲଦୀପ ସେନ ୨ଟି, ଓ୍ଵାଂଶିଟନ ସୁନ୍ଦର ୨, ଦୀପକ ଚହର ୧, ଶାର୍ଦ୍ଦୁଲ ଠାକୁର ୧ଟି ଓ୍ଵିକେଟ ନେଇଛନ୍ତି ।

ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଟିମର କୌଣସି ବ୍ୟାଟସମ୍ୟାନ୍ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ଦଳୀୟ ସ୍କୋର ୨୩ ରନ୍ ହୋଇଥିବା ବେଳେ ଲାଗିଥିଲା ପ୍ରଥମ ଝଟ୍କା । ଏହାପରଠାରୁ ଆରମ୍ଭ ହୋଇଥିଲା ଓ୍ୱିକେଟର ପତନ । ଦଳ ପକ୍ଷରୁ କେଏଲ୍ ରାହୁଲ୍ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଶିଖର ଧଓ୍ୱନ ୨୭ରନ୍, ଶ୍ରେୟସ ଆୟର ୨୪ ରନ୍, ଓ୍ୱାସିଂଟନ୍ ସୁନ୍ଦର ୧୯ ରନ୍ କରିଛନ୍ତି ।

ସେପଟେ ବାଂଲାଦେଶ ପକ୍ଷରୁ ଅଭିଜ୍ଞ ବୋଲର ସାକିବ ଉଲ୍ ହସନ ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଛନ୍ତି । ହୋସେନ୍ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ହାସନ ମିରାଜ ଗୋଟିଏ ଓ୍ୱିକେଟ୍ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.