ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ମାଓ ସଂଗଠନ ଛାଡ଼ି ସାଂସାରିକ ଜୀବନରେ ବାନ୍ଧି ହେଲେ ଦୁଇ ମହିଳା

କନ୍ଧମାଳ (କେନ୍ୟୁଜ): ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ । ଆଜି ଏକସଙ୍ଗେ ହାତରେ ଲାଗିଲା ମେହେନ୍ଦୀ । ମାଓ ସଂଗଠନ ଛାଡ଼ି ସାଂସାରିକ ଜୀବନରେ ବାନ୍ଧି ହେଲେ ଦୁଇ ମହିଳା ମାଓବାଦୀ । କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଦୁଇ ଜଣଙ୍କ ବିବାହ କରାଯାଇଛି । କନ୍ୟାଦାନ କରିଛନ୍ତି କନ୍ଧମାଳ ଏସପି । ସରକାର ଙ୍କ ଆତ୍ମସମର୍ପଣ ପଲିସିରେ ସମସ୍ତ ସୁବିଧା ଏମାନଙ୍କୁ ମିଳିବ । ଏହାଦ୍ୱାରା ଅନ୍ୟ ମାଓବାଦୀ ମନେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଆଗେଇ ଆସିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.