Below header

ସକାଳ ଜଳଖିଆରେ ଅଣ୍ଡା ସହ ପିଉଛନ୍ତି କି ଚା’, ପ୍ରଥମେ ପଢ଼ନ୍ତୁ ଏହି ଖବର

ଭାରତରେ ଅଧିକାଂଶ ଲୋକେ ସକାଳ ଜଳଖିଆ ପରେ ଚା’ ପିଇଥାନ୍ତି । କେହି କେହି ଖାଲି ପେଟରେ ଚା’ ପିଇଥାନ୍ତି ତ ଆଉ କେହି ଟିଫିନ ପରେ ଚା’ ପିଇଥାନ୍ତି । ଅଧିକାଂଶ ଲୋକ ସକାଳ ଟିଫିନରେ ଅଣ୍ଡା ସାମିଲ କରିଥାନ୍ତି । ତେଣୁ ସକାଳ ଟିଫିନରେ ଅଣ୍ଡା ଖାଉଛନ୍ତି ଚା’ ପିଇବାରୁ ବିରତ ରୁହନ୍ତୁ । କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଅଣ୍ଡାରେ କିଛି ବି ଜିନିଷ ତିଆରି କରି ଯଦି ସକାଳ ଟିଫିନରେ ଖାଉଛନ୍ତି, ତେବେ ଚା’ କେବେ ବି ପିଅନ୍ତୁ ନାହିଁ ।

ଅଣ୍ଡା ସହ ଚା’ ପିଇବା କାହିଁକି କ୍ଷତିକାରକ

ଚା’ରେ ଟେନିନ ରହିଥିବାରୁ ଏହା ଆଇରନ ଅବଶୋଷଣ କରିଥାଏ । ତେଣୁ ଯଦି ଆପଣ ଚା’ ସହ କିଛି ଆଇରନଯକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ । ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ଥିବାରୁ ଚା’ ସହ ଅଣ୍ଡା ଓ ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌ ହୋଇ ନଥାଏ ।

ଏହା ପେଟରେ କବ୍ଜ ସମସ୍ୟା କରିଥାଏ

ଏହାଛଡ଼ା ଚା’ ସହିତ ସବୁଜ ପରିବା ମଧ୍ୟ ଖାଇବା ଉଚିତ୍‌ ନୁହେଁ । ଯେମିତି କି ସୋୟାବିନ,ମୂଳା, ସୋରିସ ଭଳି ପରିବାରେ ବହୁତ ଆଇରନ ହୋଇଥାଏ । ତେଣୁ ଚା’ ସହିତ ସବୁଜ ପରିବା ମଧ୍ୟ ଖାଇବା କଥା ନୁହେଁ । ଏମିତି କରିବା ଦ୍ୱାରା ପେଟ ରୋଗ ସମସ୍ୟା ବଢ଼ିଥାଏ । ଏହାଛଡ଼ା ଖାଲି ପେଟରେ ଚା’ ଆଦୌ ପିଇବା କଥା ନୁହେଁ,କାରଣ ଏହା ଗ୍ୟାସ ସମସ୍ୟା ବଢ଼ାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.